ଆଜି ରାଜକୋଟରେ ଖେଳାଯିବ ଭାରତ ବାଂଲାଦେଶ ଦ୍ୱିତୀୟ ଟି-୨୦ ମ୍ୟାଚ୍

ରାଜକୋଟ: ଆଜି ରାଜକୋଟରେ ଖେଳାଯିବ ଭାରତ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ । ଆଜିର ମ୍ୟାଚରେ ବର୍ଷା ବାଧକ ସାଜିପାରେ ବୋଲି ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି । ପ୍ରଥମ ମ୍ୟାଚ ହାରିବା ପରେ ବୋଲିଂ ଲାଇନରେ କିଛିଟା ପରିବର୍ତ୍ତନ ହୋଇପାରେ । ଏହା ପୂର୍ବରୁ କ୍ୟାପଟେନ ରୋହିତ ଶର୍ମା କହିଛନ୍ତି, ବ୍ୟାଟିଂ ଲାଇନ ଭଲ ରହିଛି, ଏଥିରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ । ଖଲିଲ ଅହମ୍ମଦଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁର ଖେଳିପାରନ୍ତି । ଗତ ମ୍ୟାଚରେ ୧୯ ତମ ଓଭରରେ ଖଲିଲଙ୍କ ଓଭରରେ ୪ଟି ଚଉକା ମାରି ମୁସଫିକର ବାଂଲାଦେଶ ପଟକୁ ମ୍ୟାଚ ନେଇ ଆସିଥିଲେ । ତେବେ ପିଚ ଉପରେ ସବୁକିଛି ନିର୍ଭର କରୁଛି ବୋଲି କହିଛନ୍ତି ରୋହିତ ଶର୍ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.