Below header

ରାସ୍ତାରେ ଚାଲିଲା ରିଅଲ ଫିଲ୍ମ ସିନ୍, ଭିଡିଓ ଦେଖିଲେ ଆପଣାଛାଏଁ ବୁଝିଯିବେ

ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ଦେଖିଥିବେ। କିନ୍ତୁ ଏହି ଭିଡିଓ ଦେଖନ୍ତୁ, ଆପଣାଛାଏଁ ବୁଝିଯିବେ। ରାସ୍ତାରେ ଏହି ଭିଡିଓ ଦେଖି ଫିଲ୍ମ ସିନ୍ ସୁଟିଂ ହେଲା ଭଳି ଲାଗୁଛି। ଏହା କୌଣସି ରିଲ୍ ନୁହେଁ ବରଂ ରିଅଲ ଭିଡିଓ। ଯେଉଁଥିପାଇଁ ଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି। ଏପରି ଏକ ଘଟଣା ମହାରାଷ୍ଟ୍ରର କୋରଗାଓଁ ପାର୍କ ଜଙ୍କସନରେ ଦେଖିବାକୁ ମିଳିଛି।

ମହାରାଷ୍ଟ୍ର ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ସଜାଇ ହୋଇଥିବା ଏକ ଘୋଡାଗାଡି ଯାଉଥିଲା। କିନ୍ତୁ ହଠାତ୍ ଘୋଡା ନିୟନ୍ତ୍ରଣ ହରାଇ ରାସ୍ତାରେ ଦୌଡିବାକୁ ଲାଗିଲା। ଏପରି ଘଟଣା ଦେଖି ବାଇକରେ ଯାଉଥିବା ବ୍ୟକ୍ତି ଘୋଡାର ଲଗାମ ଲଗାଇବାକୁ ଚେଷ୍ଟା କରିଥିଲେ। ଠିକ୍ ସେହି ସମୟରେ ଯୁବକ ଜଣକ ବାଇକ୍ରୁ ଖସିପଡି ଘୋଡାଗାଡି ତଳେ ପଡିଯାଇଥିଲେ। ଏହି ଘଟଣାରେ ଯୁବକ ଜଣକ ଗୁରୁତର ମଧ୍ୟ ଆହତ ହୋଇଛନ୍ତି। ଯଦି ଯୁବକ ଜଣକ ଘୋଡାଗାଡିକୁ ଏପରି ରୋକିନଥାନ୍ତେ, ତେବେ ଜନଗହଳି ରାସ୍ତାରେ କେତେ ଲୋକଙ୍କ ପ୍ରାଣ ଯାଇଥାନ୍ତା ତାହା ଅନୁମେୟ। କିଛିକ୍ଷଣ ପାଇଁ ରାସ୍ତାରେ ଫିଲ୍ମ ସୁଟିଂ ହେଉଥିବା ଲୋକେ ଭାବିଥିଲେ, କିନ୍ତୁ ପ୍ରକୃତ ସତ ପରେ ଜଣାପଡିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.