ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପ୍ରତି ରହିଛି ବିପଦ,ମୁମ୍ବାଇ ପୋଲିସକୁ ଜଣେ ଟ୍ୟାକ୍ସି ଡ୍ରାଇଭର ଫୋନ କରବା ପରେ ବଢିଲା ସୁରକ୍ଷା ବ୍ୟବସ୍ଥା

କେନ୍ୟୁଜ୍(ବ୍ୟୁରୋ):  ଆଣ୍ଟିଲିଆକୁ ପୁଣି ବିପଦ । ବଢିଲା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନର ସୁରକ୍ଷା ବ୍ୟବସ୍ଥା । ମୁମ୍ବାଇ ପୋଲିସକୁ ଫୋନ୍‌ କରିଥିଲେ ଜଣେ ଟ୍ୟାକ୍ସି ଡ୍ରାଇଭର । ତାଙ୍କୁ ଦୁଇ ଜଣ ସନ୍ଦିଗ୍ଧ ମୁକେଶ ଅମ୍ବାନୀଙ୍କ ଘର ଆଡ୍ରେସ୍‌ ସମ୍ପର୍କରେ ପଚାରିଥିଲେ । ସେମାନଙ୍କ ହାତରେ ଏକ ବ୍ୟାଗ୍‌ ଥିବା ସୂଚନା ଦେଇଥିଲେ । ଏପରିକି ସେମାନେ ଉର୍ଦ୍ଦୁ କଥା ହେଉଥିବା କହିଛନ୍ତି ଅଟୋ ଡ୍ରାଇଭର । ଏନେଇ ଖବର ପାଇବା ପରେ ମୁମ୍ବାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଡିସିପି ର‍୍ୟାଙ୍କର ଅଫିସର ଘଟଣାର ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ଟ୍ୟାକ୍ସି ଡ୍ରାଇଭର ଜଣଙ୍କ ଆଜାଦ ମୈଦାନ ଥାନାରେ ଥିବା ଜଣାପଡିଛି ।

ambani house

ସେଠାରେ ତାଙ୍କର ବୟାନ ରେକର୍ଡ କରାଯାଉଛି । ତେବେ ପୋଲିସ୍‌ ତାଙ୍କ ବୟାନର ସତ୍ୟାସତ୍ୟ ଯାଞ୍ଚ କରୁଛି । ତଥାପି ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଇ ଦୁଇ ସନ୍ଦିଗ୍ଧ ଯାତ୍ରୀଙ୍କ ତଲାସ କରାଯାଉଛି । ବିଶେଷ କରି ଅମ୍ବାନୀଙ୍କ ବାସଭବନକୁ ସଂଯୋଗ କରୁଥିବା ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ଚଳିତ ବର୍ଷ ଫେବ୍ରୁଆରୀରେ ଏକ ପରିତ୍ୟକ୍ତ ସ୍କର୍ପିଓ ଆଣ୍ଟିଲିଆ ଆଗରୁ ଠାବ ହୋଇଥିଲା । ଏଥିରେ ବିପୁଳ ପରିମାଣର ଜିଲୋଟିନ, ଗୋଟିଏ ଧମକପୂର୍ଣ୍ଣ ଚିଠି ଓ ଅମ୍ବାନୀଙ୍କ ପରିବାର ସଦସ୍ୟଙ୍କ ଗୋଟିଏ କାର୍‌ ନମ୍ବର ପ୍ଲେଟ ମିଳିଥିଲା । ଏନଆଇଏ ଘଟଣାର ତଦନ୍ତ କରି ମୁମ୍ବାଇ ପୋଲିସର ନିଲମ୍ବିତ ଆସିସଷ୍ଟାଣ୍ଟ ସବ ଇନସପେକ୍ଟର ସଚିନ ବାଜେଙ୍କୁ ଗିରଫ କରିଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.