କେତେ ସୁରକ୍ଷିତ ଆମେ ଖାଉଥିବା ପରିବା ?

ଭୁବନେଶ୍ବର : ତଟକା ପରିବାର ଚାହିଦା ସବୁବେଳେ । ସତେଜ ପରିବା ସ୍ୱାସ୍ଥ୍ୟ ପକ୍ଷେ ବେଶ ହିତକର । ହେଲେ କେବେ ଭାବିଛନ୍ତି ଆପଣ ଖାଉଥିବା ପନିପରିବାରେ କେଉଁ ସବୁ ରାସାୟାନିକ ସାର ପ୍ରୟୋଗ ହୋଇଥାଏ ? ପନିପରିବାକୁ ସତେଜ ଓ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ କ୍ରିଫେସ +୪୪, କନଫିଡେନ୍ସ ୫୫୫ ଭଳି ରାସାୟନିକ ସାର ପ୍ରୟୋଗ କରାଯାଉଛି । ଯାହା ମଣିଷ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ଆଉ ଏକଥାକୁ ସ୍ୱୀକାର କରିଛନ୍ତି ଖୋଦ କୃଷି ବିଶେଷଜ୍ଞ ।
ଗୋଟେ ପଟେ ରାସାୟନିକ ସାରର କୁପରିଣାମ । ଅନ୍ୟ ପଟେ ଚାଷୀ ନାଚାର । ରାସାୟନିକ ସାର ପ୍ରୟୋଗ ନକଲେ ଅମଳ ଭଲ ହେବ ନାହିଁ । ଆଉ ଅମଳ ଭଲ ନହେଲେ ଚାଷୀ ତାର ପାରଶ୍ରମିକ ପାଇପାରିବ ନାହିଁ ।