UAN ନମ୍ବର ନଥିଲେ ବି ପିଏଫ୍‌ରୁ ଆପଣ ଉଠାଇ ପାରିବେ ଟଙ୍କା, ଜାଣନ୍ତୁ କିପରି କରିବାକୁ ହେବ ଆବେଦନ

ନୂଆଦିଲ୍ଲୀ : ଯଦି ଆପଣ ପ୍ରୋଭିଡେଣ୍ଟ ଫଣ୍ଡରୁ ଆଂଶିକ କିମ୍ବା ପୁରା ଟଙ୍କା ଉଠାଇବାକୁ ଚାହୁଁଛନ୍ତି । ହେଲେ ଆପଣଙ୍କ ପାଖରେ UAN ନମ୍ବର ନାହିଁ ତଥାପି ଆପଣ ପିଏଫ୍‌ରୁ ଟଙ୍କା ଉଠାଇ ପାରିବେ । ଏଥିପାଇଁ ଆପଣଙ୍କୁ ଏକ ଫର୍ମ ଭରିବାକୁ ହେବ ଏବଂ ଏହାକୁ ଇପିଏଫ୍‌ଓ ଅଫିସ୍‌ରେ ଜମା କରିବାକୁ ହେବ । ଏଥିପାଇଁ ଆପଣଙ୍କୁ ଟିକିଏ ସମୟ ଲାଗିପାରେ ।

୧. ପିଏଫ୍‌ ଉଠାଇବା ପାଇଁ ପ୍ରଥମେ ଆପଣଙ୍କୁ ଇପିଏଫ୍‌ େଓ୍ଵବ୍‌ସାଇଟ୍‌ କିମ୍ବା ଅଫିସ୍‌ରୁ ଫର୍ମ ଆଣି ଏଥିରେ ଆବଶ୍ୟକ ଡକ୍ୟୁମେଣ୍ଟ ଲଗାଇ ଇପିଏଫ୍‌ ଅଫିସରେ ଜମା କରିବାକୁ ପଡିବ । ଏଥିରେ ପେପର କାମ ଟିକେ ବଢ଼ିଯାଏ । ଯଦି ଆପଣଙ୍କ ଡକ୍ୟୁମେଣ୍ଟ ସବୁ ଠିକ୍‌ ଅଛି ତେବେ ୧୦ରୁ ୨୦ ଦିନ ଭିତରେ ଆପଣଙ୍କ ଏକାଉଣ୍ଟକୁ ଟଙ୍କା ଆସିଯିବ ।

୨. ଅନ୍‌ଲାଇନ୍‌ରେ ମଧ୍ୟ କରିପାରିବେ ଆବେଦନ ହେଲେ UAN ନମ୍ବର ଆବଶ୍ୟକ । ଏଥିରେ ଆପଣଙ୍କୁ ପିଏଫ୍‌ଓ ଅଫିସକୁ ଦୈାଡିବାକୁ ପଡ଼ିବନାହିଁ । ଏଥିରେ ଆବେଦନ କରିବାର ୫ରୁ ୧୦ ଦିନ ମଧ୍ୟରେ ଆପଣଙ୍କ ଏକାଉଣ୍ଟକୁ ଅର୍ଥ ଆସିଯିବ ।

୩. ଏମିତି କରିବାକୁ ହେବ ଆବେଦନ : ପିଏଫ୍‌ଓ େଓ୍ଵବ୍‌ସାଇଟ୍‌ https://unifiedportal-mem.epfindia.gov.in/memberinterface/ କୁ ଯାଆନ୍ତୁ । ଏବେ ଆପଣଙ୍କ UAN ନମ୍ବର, ପାଶ୍‌ଓ୍ଵାର୍ଡ ଓ କ୍ୟାପ୍‌ଚ୍‌ ଏଣ୍ଟ୍ରି କରି ଲଗ୍‌ ଇନ୍‌ କରନ୍ତୁ । ଏବେ (Manage) ଉପରେ କ୍ଲିକ୍‌ କରନ୍ତୁ ଓ (KYC) ଅପ୍‌ସନ୍‌ରେ ସବୁ ବିବରଣୀ ଦିଅନ୍ତୁ । ତା’ପରେ ଅନ୍‌ଲାଇନ୍‌ ସର୍ଭିସ୍‌ ଉପରେ କ୍ଲିକ୍‌ କରନ୍ତୁ ।

ଏବେ ଏକ ଡ୍ରାପ୍ଟ ମେନୁ ଖୋଲିବ । ଏଥିରେ ଥିବା (Claim) ଉପରେ କ୍ଲିକ୍‌ କରନ୍ତୁ । ନିଜର କ୍ଲେମ୍‌ ଫର୍ମ ସବ୍‌ମିଟ୍‌ କରିବା ପାଇଁ Proceed For Online Claim ଉପରେ କ୍ଲିକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.