ଇରାକ ପାର୍ଲିଆମେଣ୍ଟକୁ ଧସେଇ ପଶିଲେ ଶହ ଶହ ବିକ୍ଷୋଭକାରୀ

ଶହ ଶହ ଇରାକୀ ବିକ୍ଷୋଭକାରୀ ଦେଶ ରାଜଧାନୀ ବାଗଦାଦରେ ଥିବା ପାର୍ଲିଆମେଣ୍ଟ ଜୋର ଜବରଦସ୍ତ ଭାବେ ପଶିଯାଇଛନ୍ତି । ସେମାନେ ଇରାନ ବିରୋଧୀ ସ୍ଲୋଗାନ ଗାନ କରି ସଂସଦରେ ଧସି ପଶିଥିବା ଜଣାଯାଇଛି । ଇରାନ ସମର୍ଥିତ ପାର୍ଟି ଦ୍ୱାରା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଓ ଗଭର୍ଣ୍ଣର ମହମ୍ମଦ ଶିୟା ଅଲ୍-ସୁଦାନୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି।ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ ହୋଇଥିବା ଜଣେ ପ୍ରାର୍ଥୀଙ୍କ ବିରୋଧରେ ସ୍ଲୋଗାନ ଦେଇ ବିକ୍ଷୋଭକାରୀ ମାନେ ଏହି ବିକ୍ଷୋଭ କରିଥିବା ଜଣାଯାଇଛି । ଯାହା ଜଣାଯାଇଛି ବିକ୍ଷୋଭ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଜଣ ହେଉଛନ୍ତି ‘ଶିତେ କ୍ଳରିକ ମୁକତାଦା ଅଲ ସଦର”ର ସମର୍ଥକ । ବିକ୍ଷୋଭକାରୀଙ୍କ ମଧ୍ୟରୁ ସମସ୍ତେ ହେଉଛନ୍ତି ପୁରୁଷ । ସେମାନେ ଟେବୁଲ ଉପରେ ଚଢିବା ସହିତ ସଂସଦ ମାନଙ୍କ ଚେୟାର ଉପରେ ବସି ଇରାକର ପତାକା ଗୁଡିକୁ ଉଡେଇବାକୁ ଲାଗିଥିଲେ । ଏହା ସହ ପ୍ରଦର୍ଶନକାରୀ ବାଗଦାଦର ଗ୍ରୀନ୍ ଜୋନ, ସରକାରୀ ଭବନ ଓ ରାଜନେତାଙ୍କ ଘରକୁ ଅକ୍ତିଆର କରିଛନ୍ତି।

ଇରାକରେ ଫେଡେରାଲ ନିର୍ବାଚନ ଅନୁଷ୍ଠିତ ହେବାର ୧୦ ମାସ ପରେ ବିଦ୍ରୋହୀଙ୍କ ମଧ୍ୟରେ ଏପରି ଅସନ୍ତୋଷ ଦେଖିବାକୁ ମିଳିଛି । ଯେବେକି ସେହି ସମୟରେ କୌଣସି ବି ଆଇନ ନିର୍ମାତା ମହଜୂତ ନଥିଲେ । ବିଲଡିଂଗ ଭିତରେ କେବଳ ମାତ୍ର ସୁରକ୍ଷାରେ ଥିବା ଅଧିକାରୀ ମାନେ ହିଁ ଉପସ୍ଥିତ ଥିଲେ । ଏଇ ନିକଟରେ କୋଅର୍ଡିନେସନ ଫ୍ରେମ ୱାର୍କ ବ୍ଲକ ପକ୍ଷରୁ ମନୋନୀତ ହୋଇଥିବା ମହମ୍ମଦ ଅଲ ସୁଦାନୀଙ୍କ ବିରୋଧରେ ହିଁ ଏହି ବିକ୍ଷୋଭ ମୁଣ୍ଡ ଟେକିଥିବା ଜଣାଯାଇଛି ।

୨୦୨୧ ଅକ୍ଟୋବର ମାସରେ ଫେଡେରେଲ ଇଲେକ୍ସନ ଅନୁଷ୍ଠିତ ହେବା ପରେ ଏହା ହେଉଛି ସବୁଠାରୁ ଲମ୍ବା ସମୟର ଇଲେକ୍ସନ । ଚଳିତ ମାସର ପ୍ରାରମ୍ଭରେ ହଜାର ହଜାର ଲୋକ ଏହି ମନୋନୟନକୁ ପ୍ରତ୍ୟକ୍ଷ ଭାବରେ ବିରୋଧ କରିଆସୁଥିଲେ । ବିକ୍ଷୋଭକାରୀମାନେ ସଂସଦ ଭବନରେ ପ୍ରବେଶ କରିବାର କିଛି ଘଣ୍ଟା ପରେ ଟ୍ୱିଟର ଯୋଗେ ଅଲ ସଦର ନିଜ ମତ ଜାରି କରିଛନ୍ତି । ଆଉ ସୁରକ୍ଷିତ ଭାବରେ ନିଜ ନିଜ ଘରକୁ ଫେରିଯିବାକୁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.