ନିଆଁ ଲଗେଇ ଦେବି ପଛେ ସ୍ତ୍ରୀକୁ ଦେବିନି, ଛାଡ଼ପତ୍ର ପରେ ଏମିତି କାଣ୍ଡ କଲେ ସ୍ୱାମୀ

ସମସ୍ତଙ୍କ ଜୀବନରେ ଅର୍ଥ ଏକ ବିଶେଷ ମହତ୍ତ୍ୱ ରଖେ । ସବୁଥି ପାଇଁ ପ୍ରଥମେ ଟଙ୍କା ହିଁ ଲୋଡ଼ାଯାଏ । ଥରେ ଭାବନ୍ତୁ ତ ଆପଣ ନିଜ ଘରେ ଅପର୍ଯ୍ୟାପ୍ତ ପରିମାଣର ଟଙ୍କା ରଖିଛନ୍ତି ଆଉ ସେଥିରେ ଅଚାନକ ନିଆଁ ଲାଗିଯାଉଛି | ତେବେ ନିଶ୍ଚିନ୍ତ ରୂପେ ଆପଣ ବର୍ବାଦ ହୋଇଯିବେ । ଏମିତି ବି ହୋଇପାରେ ଆପଣ ଦାଣ୍ଡର ଭିକାରି ପାଲଟି ଯାଇପାରନ୍ତି । କିନ୍ତୁ ଜଣେ ନିଜେ ନିଜ ଗୋଡ଼ରେ କୁରାଢ଼ୀ ମାରି ନିଜର ସର୍ବନାଶ କରିବ ଏମିତି ଘଟିବା ହୁଏତ ଅସମ୍ଭବ । କିନ୍ତୁ କାନାଡ଼ାରେ ଏମିତି ଏକ ଘଟଣା ଘଟିଛି ଯେଉଁଠି ବ୍ୟକ୍ତି ଜଣଙ୍କ ନିଜ ଟଙ୍କାରେ ନିଜେ ନିଆଁ ଲଗେଇ ଦେଇଛନ୍ତି । ସେ ପୁଣି ହଜାରେ କି ଦୁଇ ହଜାର ନୁହେଁ ୧୦ ଲକ୍ଷ କାନାଡ଼ାଇ ଡଲାର (ଯାହାକି ଭାରତୀୟ ମୁଦ୍ରା ଅନୁସାରେ ୫.୩ କୋଟି ଟଙ୍କା ହେବ) ନୋଟରେ ନିଜ ହାତରେ ନିଆଁ ଲଗେଇ ଦେଇଛନ୍ତି |

ଏମିତି ଏକ ଘଟଣା ବାବଦରେ ଶୁଣି ଯିଏ ନାହିଁ ସିଏ କହୁଛନ୍ତି କଣ ଲୋକଟା ପାଗଳ ହୋଇଯାଇଛିକି ? ଏ କଣ କଲା ! କିନ୍ତୁ ପ୍ରକୃତରେ ଘଟଣାଟି ଯେମିତି ନିଆରା ତାହା ପଛର କାରଣ ବି ଠିକ ସେମିତି ନିଆରା  । ପ୍ରକୃତରେ ବ୍ୟକ୍ତି ଜଣଙ୍କର ତାଙ୍କ ପତ୍ନୀଙ୍କ ସହ ଛାଡପତ୍ର ହୋଇଯାଇଛି | କିନ୍ତୁ ତଲାକ ବା ଛାଡପତ୍ର ପରେ ପତ୍ନୀଙ୍କୁ କମ୍ପନସେସନ ବାବଦରେ ଅର୍ଥ ଦେବା ପାଇଁ ରାଜି ନୂଆହାନ୍ତି । ଆଉ ଏହି କାରଣରୁ ନିଜ ଟଙ୍କାରେ ନିଜେ ନିଆଁ ଲଗେଇ ଦେଇଛନ୍ତି । ଏହି ମାମଲାକୁ ନେଇ କୋର୍ଟରେ ଜଜଙ୍କ ସାମ୍ନାରେ ସଫେଇ ଦେବା ବେଳେ କହିଛନ୍ତିକି ପୂର୍ବରୁ ତାଙ୍କର ୬ଟି ବ୍ୟାଙ୍କ ଆକାଉଣ୍ଟ ଥିଲା । ଏହି ସମସ୍ତ ଆକାଉଣ୍ଟରୁ ସେ ୨୫ ଥରରେ ପ୍ରାୟ ୫.୩ କୋଟି ଟଙ୍କା ଉଠାଇଥିଲେ | ଆଉ ଏହା ପରେ ଏହି ସମସ୍ତ ଟଙ୍କାକୁ ଏକାଠି ଗୋଟିଏ ସ୍ଥାନରେ ରଖି ନିଆଁ ଲଗେଇଦେଲେ ।

କୋର୍ଟରେ ବ୍ୟକ୍ତି ଜଣଙ୍କ ଏହା ମଧ୍ୟ କହିଛନ୍ତିକି ଏହି କାମ କରୁଥିବା ସମୟରେ ତାଙ୍କ ନିକଟରେ କେହି ବି ଉପସ୍ଥିତ ନଥିଲେ । ବ୍ୟକ୍ତିଙ୍କ ଠାରୁ ଏସବୁ ଶୁଣିବା ପରେ ଅଦାଲତଙ୍କ ଆଦେଶ ଉଲ୍ଲଙ୍ଘନ ଦୋଷରେ ତାଙ୍କୁ ଏକ ମାସ କାରାଦଣ୍ଡ ଦିଆଯାଇଛି । ଘଟଣାଟି ସତ ହୋଇଥିଲେ ମଧ୍ୟ ଅଧିକାଂଶ ଲୋକ ଏହାକୁ ବିଶ୍ୱାସ କରୁନଥିଲେ । କିନ୍ତୁ ଯେବେ ସେ ବ୍ୟାଙ୍କ ରସିଦ ଗୁଡିକ ଦେଖେଇଥିଲେ ସେବେ ସମସ୍ତେ ବିଶ୍ୱାସ କରିଥିଲେ । ଆଉ ଏକ ସୂତ୍ରରୁ ଜଣାଯାଇଛିଯେ ଏହି ଅର୍ଥକୁ ସେ ନିଜ ସମ୍ପତ୍ତି ବିକ୍ରି କରି ହିଁ ଜମା କରିଥିଲେ । ପତ୍ନୀଙ୍କୁ କମ୍ପନସେସନ ଆକାରରେ କିଛି ବି ନଦେବା ପାଇଁ ହିଁ ସେ ଏମିତି କଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.