ଉତ୍ତର ଭାରତର ପ୍ରସିଦ୍ଧ ଫେସନ ମେଗାଜିନରେ ସମ୍ବଲପୁରର ଝିଅ ମୀମାଂସା ପ୍ରିୟଦର୍ଶୀ

ସମ୍ବଲପୁର: ଉତ୍ତର ଭାରତର ପ୍ରସିଦ୍ଧ ଫେସନ ମେଗାଜ଼ିନ ଫେସନ ରେପଲିକାରେ ସ୍ଥାନ ପାଇଛନ୍ତି ସମ୍ବଲପୁର ଝିଅ ମୀମାଂସା ପ୍ରିୟଦର୍ଶୀ ରଥ। ପ୍ରଥମ ଓଡ଼ିଆ ଝିଅ ଭାବେ ତାଙ୍କୁ ଏହି ଫେସନ ମେଗାଜ଼ିନରେ ସ୍ଥାନ ମିଳିଛି। ତାଙ୍କ ପ୍ରୋଫାଇଲ କୁ ଇନଷ୍ଟାଗ୍ରାମରେ ଚେକ କଲାପରେ ତାଙ୍କୁ ଏହି ମେଗାଜ଼ିନରେ ସ୍ଥାନ ଦିଆଯାଇଛି।

ଗତ ବର୍ଷ ଲକଡାଉନ ଆରମ୍ଭ ହେବା ପରେ ମୀମାଂସା ଘରେ ରହି କିଛି କରିବାକୁ ସ୍ଥିର କରିଥିଲେ। ଭଲ ପାଠ ପଢ଼ା ସାଙ୍ଗେ ସେ ଭଲ ଗୀତ ମଧ୍ୟ ଗାଇଥାନ୍ତି। ହେଲେ ଏହି ସମୟରେ ଅନଲାଇନରେ ମୋଡେଲିଂ ପାଇଁ ଏକ ବିଜ୍ଞାପନ ଦେଖିଥିଲେ। ଏହା ପରେ ସେ ଘରେ ରାମ୍ପ ସୋ କରିବା ଆରମ୍ଭ କଲେ। ଆଉ ଶେଷରେ ସେ ମିସ ସୁପରନୋଭା୨୦୨୦ର ପ୍ରଥମ ରନର୍ସଅପ ହୋଇଥିଲେ।

fashion ଏହା ପରେ ସେ ଆଉ ପଛକୁ ଚାହିଁ ନଥିଲେ। ଏହାପରେ ଭିଏମସି ଏଥିନିକ ମୋଡେଲରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଷ୍ଟାର ଷ୍ଟୁଡିଓ ପକ୍ଷରୁ ହୋଇଥିବା ପ୍ରତିଯୋଗିତାରେ ପୁଣି ରୋନର୍ସ ଅପ ହୋଇଥିଲେ। ବର୍ତ୍ତମାନ ସେ ମଧ୍ୟ ଅନଲାଇନ ମାଧ୍ୟମରେ ଯୁବ ପିଢିଙ୍କୁ ମଡେଲିଂ ପାଇଁ ଟ୍ରେନିଂ ଦେଉଛନ୍ତି। ଆଗକୁ ଆହୁରି ଅନେକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେ ଏବେଠାରୁ ନିଜକୁ ପ୍ରସ୍ତୁତ ମଧ୍ୟ କରିବା ଆରମ୍ଭ କଲେଣି। ତେବେ କରୋନା ତାଙ୍କ ପାଇଁ ଏକ ପ୍ରକାର ସୁଯୋଗ ଆଣିଦେଇଥିବା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.