ବିଶ୍ୱର ସବୁଠୁ ଦ୍ରୁତ “ହ୍ୟୁମାନ କାଲ୍କୁଲେଟର” ହେଲେ ନୀଳକଣ୍ଠ ଭାନୁ, ମେଣ୍ଟାଲ କାଲ୍କୁଲେସନରେ ଭାରତ ପାଇଁ ଜିତିଲେ ପ୍ରଥମ ସ୍ବର୍ଣ୍ଣ ପଦକ

ସାଧାରଣତଃ ଗଣିତ ବିଷୟ ପ୍ରତି ଅଧିକାଂଶଙ୍କର ମନରେ ଏକ ପ୍ରକାର ଭୟ ରହିଥାଏ । ପରୀକ୍ଷା ସମୟ ଆସିଲେ ଛାତ୍ରଛାତ୍ରୀଙ୍କ ମନର ଏହି ଭୟ ଅନେକ ଗୁଣା ବଢିଯାଏ । ହୁଏତ ଆମେ ଭୁଲି ଯାଉଛେ ଯେ ଆମ ଦେଶ ଭାରତରେ ହିଁ ବିଶିଷ୍ଟ ଗଣିତଜ୍ଞ ମାନେ ଜନ୍ମ ନେଇଛନ୍ତି । ଆର୍ଯ୍ୟଭଟଙ୍କ ପରି ଗଣିତଜ୍ଞଙ୍କର ଏହା ଜନ୍ମଭୂମି । ମନରୁ ଲିଭି ଯାଇଥିବା ଏହି ତଥ୍ୟକୁ ପୁଣି ଥରେ ମାନେ ପକେଇ ଦେଇଛନ୍ତି ହାଇଦରାବାଦର ନୀଳକଣ୍ଠ ଭାନୁ । ୨୦ ବର୍ଷୀୟ ଭାନୁଙ୍କୁ ଏବେ ବିଶ୍ୱର ସବୁଠୁ ଦ୍ରୁତ ହ୍ୟୁମାନ କାଲ୍କୁଲେଟର । ଆଉ ମଧ୍ୟ ଭାନୁ “ମେଣ୍ଟାଲ କାଲ୍କୁଲେସନ ବିଶ୍ୱ ଚମ୍ପିୟାନସିପ”ରେ ଭାରତ ପକ୍ଷରୁ ପ୍ରଥମ ଗୋଲ୍ଡ ମେଡାଲ ଜିତିଛନ୍ତି । ଭାନୁଙ୍କ ଅନୁଯାୟୀ, ଗଣିତ ହେଉଛି ମସ୍ତିଷ୍କର ଏକ ବଡ଼ ଖେଳ । ମେଣ୍ଟାଲ ମ୍ୟାଥ୍ୱର ତୁଳନା ସେ ସ୍ପ୍ରିଣ୍ଟିଂଗ ସହ କରନ୍ତି ।

hyderabad

ପ୍ରକୃତରେ ଗଣିତ ପ୍ରତି ଭାନୁଙ୍କର ଆକର୍ଷଣ ୫ ବର୍ଷ ବୟସରେ ହିଁ ଆରମ୍ଭ ହୋଇଥିଲା । ସେହି ବୟସରେ ସେ ଏକ ଦୁର୍ଘଟଣାର ସାମ୍ମୁଖିନ ହେବା ଫଳରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା । ଏହି କାରଣରୁ ପ୍ରାୟ ଏକ ବର୍ଷ ଧରି ବିଛଣାରେ ପଡି ରହିଥିଲେ । ସେହି ସମୟରେ ଡାକ୍ତର ମାନେ ଭାନୁଙ୍କ ପିତା ମାତାଙ୍କୁ ସତର୍କ କରାଇଥିଲେକି, ହୁଏତ ଆଗକୁ ଭାନୁଙ୍କର ଦେଖିବା, ଶୁଣିବା, ବୁଝିବା କ୍ଷମତା ହ୍ରାସ ପାଇବ । କିନ୍ତୁ ସେହି ସମୟରେ ନିଜ ମସ୍ତିସ୍କକୁ ବ୍ୟସ୍ତ ରଖିବା ପାଇଁ ମେଣ୍ଟାଲ ମ୍ୟାଥ କାଲ୍କୁଲେସନ କରିବା ଆରମ୍ଭ କରିଦେଇଥିଲେ ଭାନୁ । ଏକ ସାକ୍ଷାତକାର ସମୟରେ ଭାନୁ କହିଥିଲେକି, ଅଧିକାଂଶ ମଧ୍ୟ ବର୍ଗିୟ ଭାରତୀୟ ପାଠ ପଢା ଶେଷ ପରେ ଭଲ ଚାକିରୀ ଟିଏ କରି ସୁରୁଖୁରୁରେ ଜୀବନ ବିତେଇବାକୁ ଚାହାନ୍ତି । ଗଣିତ ବିଷୟ ପ୍ରତି ଅଧିକ ମନୋନିବେଶ କରିବାକୁ କାହାର ସେତେଟା ଆଗ୍ରହ ନଥାଏ ।

ନିଜ ଅଧ୍ୟୟନକୁ ନେଇ ଭାନୁ କହନ୍ତିକି, ଛୋଟ ବେଳେ ସ୍କୁଲରୁ ଫେରିବା ପରେ ସେ ୬ ରୁ ୭ ଘଣ୍ଟା ପାଇଁ ଗଣିତ ଅଭ୍ୟାସ କରିବା ଆରମ୍ଭ କରିଦିଅନ୍ତି । ଆଉ ମଧ୍ୟ କହିଛନ୍ତିକି ଗଣିତ କରିବା ସମୟରେ ସେ ଉଚ୍ଚ ସ୍ୱରରେ ସଂଗୀତ ଶୁଣନ୍ତି, ଲୋକଙ୍କ ସହିତ ବାର୍ତ୍ତାଳାପ କରନ୍ତି, ଏମିତିକି କ୍ରିକେଟ ମଧ୍ୟ ଖେଳନ୍ତି । ଏମିତି କରିବା ଦ୍ୱାରା ମନୁଷ୍ୟ ମସ୍ତିସ୍କ ଗୋଟିଏ ସମୟରେ ଏକାଧିକ କାମ କରିବାକୁ କ୍ଷମତା ହାସଲ କରିପାରିଥାଏ ବୋଲି ତାଙ୍କର ମତ । କହିରଖିବା ଉଚିତ ହେବକି, ଏଯାବତ ସେ ଚାରିଟି ବିଶ୍ୱରେକର୍ଡ ନିଜ ନାଁରେ କରିସାରିଲେଣି । ତାଙ୍କୁ ନେଇ ତାଙ୍କ ପରିବାର ବର୍ଗ ତଥା ଦେଶବାସୀ ବି ଖୁବ ଗର୍ବିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.