Below header

ଏବେ ଷ୍ଟୋରେଜ୍‌ ସମସ୍ୟାରୁ ମିଳିବ ମୁକ୍ତି, Whatsapp ଆଣୁଛି ନୂଆ ଫିଚର

ସାରା ବିଶ୍ୱର ପ୍ରାୟ ୮୦ ପ୍ରତିଶତ ଲୋକ ହ୍ଵାଟ୍ସଆପ୍‌ ବ୍ୟବହାର କରୁଛନ୍ତି। ଏଥିରେ ଚାଟିଂ କରିବା, ଷ୍ଟିକର ପଠାଇବା, ଭିଡିଓ କଲ କରିବା ଓ ଡକ୍ୟୁମେଣ୍ଟ ପଠାଇବା ଖୁବ୍‌ ସହଜ ହୋଇଥିବାରୁ ଅଧିକାଂଶ ଲୋକ ହ୍ଵାଟ୍ସଆପ୍‌ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ହ୍ଵାଟ୍ସଆପ୍‌ରେ ପ୍ରତିଦିନ ନୂଆ ନୂଆ ଫିଚର ଆସିଥାଏ, ଫଳରେ ଲୋକମାନେ ଆହୁରି ସୁବିଧାରେ ସାଙ୍ଗସାଥୀଙ୍କ ସହ ଭାବନା ଆଦାନ ପ୍ରଦାନ କରିଥାନ୍ତି। ନିକଟରେ ହ୍ଵାଟ୍ସଆପ୍‌ ଆଣ୍ଡ୍ରଏଡ୍‌ ବିଟାର ଲାଟେଷ୍ଟ ଭର୍ସନରେ ଏକ ଟୁଲ୍‌ ଦେଖିବାକୁ ମିଳିଛି, ଯାହା ଷ୍ଟୋରେଜ୍‌ ସମସ୍ୟା ଦୂର କରିବାରେ ସହାୟକ ହେବ।

WhatsApp2

WAbetainfo ମୁତାବକ, ହ୍ଵାଟ୍ସଆପ୍‌ର ଏହି ଫିଚର ମାଧ୍ୟମରେ ୟୁଜର୍ସଙ୍କୁ ନିଜ ଫୋନ୍‌ରେ ଷ୍ଟୋରେଜ୍‌ ଅପ୍ଟିମାଇଜ୍‌ କରିବା ସହଜ ହେବ। ଏହି ଫିଚର ମାଧ୍ୟମରେ ୟୁଜର୍ସ ସ୍ପେସ୍‌ ବୃଦ୍ଧି କରିପାରିବେ। କେବଳ ଏତିକି ନୁହେଁ ଏଥିରେ ଫରଓ୍ଵାର୍ଡେଡ୍‌ ଓ ବଡ଼ ଫାଇଲ୍‌ ପାଇଁ ଫିଲ୍ଟର ସର୍ଚ୍ଚ କରିବା ସୁବିଧା ମଧ୍ୟ ମିଳିବ।

ରିପୋର୍ଟ ଅନୁସାରେ ହ୍ଵାଟ୍ସଆପ୍‌ ଏବେ ଷ୍ଟୋରେଜ୍‌କୁ କ୍ଲିନ୍‌ କରିବା ପାଇଁ ମଧ୍ୟ ପରାମର୍ଶ ଦେବ। ୟୁଜର୍ସଙ୍କ ନିକଟରେ ରିଭ୍ୟୁ ଅପ୍‌ସନ୍‌ ରହିବ ଓ ସେ ଚାହିଁଲେ ଅନାବଶ୍ୟକ ଫାଇଲକୁ ଡିଲିଟ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.