ମୁଁ ମୋଦିଙ୍କୁ ପସନ୍ଦ କରେ କିନ୍ତୁ ଭାରତ ସହିତ ଏବେ କୌଣସି ବ୍ୟବସାୟିକ ବୁଝାମଣା ହେବ ନାହିଁ : ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଭାରତୀୟଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରିଛି। ଟ୍ରମ୍ପ କହିଛନ୍ତି, ମୁଁ ମୋଦିଙ୍କୁ ପସନ୍ଦ କରେ, କିନ୍ତୁ ଭାରତ ସହିତ ଏବେ ବ୍ୟବସାୟିକ ବୁଝାମଣା କରିବା ପାଇଁ ପ୍ରସ୍ତୁତ ନୁହେଁ। ଟ୍ରମ୍ପଙ୍କ ଏପରି କଥାରେ ଭାରତୀୟ ବୁଦ୍ଧିଜୀବୀ ନିରାଶ ହୋଇଛନ୍ତି। ଭାରତ ଗସ୍ତ ପୂର୍ବରୁ ଟ୍ରମ୍ପକୁ ଭାରତ ସହିତ କୌଣସି ବ୍ୟାପାର, ବୁଝାମଣା କରିବା ପାଇଁ ପ୍ରଶ୍ନ ପଚରା ଯାଇଥିଲା। ଯାହାକୁ ନେଇ ଟ୍ରମ୍ପ କହିଥିଲେ, ଭାରତ ସହିତ ବଡ ବ୍ୟାପାରିକ ବୁଝାମଣା ହେବ କିନ୍ତୁ ଏବେ ନୁହେଁ। ନିର୍ବାଚନ ପୂର୍ବରୁ କୌଣସି ବୁଝାମଣା କରିବା ଠିକ୍ ନୁହେଁ। କାରଣ ଭାରତ ଆମ ସହିତ ଭଲ ବ୍ୟବହାର କରୁନାହିଁ।
ସୂଚନାଯୋଗ୍ୟ, ଟ୍ରମ୍ପ ୨୪ ଫେବୃଆରୀରେ ଭାରତ ଗସ୍ତରେ ଆସୁଛନ୍ତି। ଅହମଦାବାଦରେ ଥିବା ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମକୁ ଉଦ୍ଘାଟନ କରିବେ ଟ୍ରମ୍ପ। ଏଥିପାଇଁ ଅହମଦାବାଦ ସହ ସମଗ୍ର ଗୁଜରାଟ ପ୍ରସ୍ତୁତ ରହିଛି। ଏହି କାର୍ଯ୍ୟକ୍ରମର ନାମ ପୂର୍ବରୁ ‘କେମ ଛୋ ଟ୍ରମ୍ପ’ ରହିଥିବା ବେଳେ ପରେ ଏହାର ନାମକୁ ପରିବର୍ତ୍ତନ କରାଯାଇ ‘ନମସ୍ତେ ଟ୍ରମ୍ପ’ କରାଯାଇଛି। ଏଥିପାଇଁ ଅହମଦାବାଦ ନଗରପାଳିକା ପକ୍ଷରୁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ସଡକକୁ ସୁସଜ୍ଜିତ କରାଯାଇଛି।