ଏଠାରେ ଭଗବାନ ଶିବଙ୍କୁ ପାଇବା ପାଇଁ କଠୋର ତପସ୍ୟା କରିଥିଲେ ମାତା ପାର୍ବତୀ, ଜାଣନ୍ତୁ କେଉଁଠି ରହିଛି ଏହି ସ୍ଥାନ
![triyuginarayan](https://knewsodisha.com/wp-content/uploads/2020/02/triyuginarayan.jpeg)
ଭଗବାନ ଶଙ୍କରଙ୍କୁ ମହାଦେବ ଏବଂ ତାଙ୍କଭଳି ଭୋଳା କେହି ନଥିବାରୁ ଭୋଳାନାଥ ମଧ୍ୟ କୁହାଯାଇଥାଏ। ମାତା ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ଘୋର ତପସ୍ୟା କରିଥିଲେ। ଯାହାପରେ ମାତା ପାର୍ବତୀ ଏବଂ ଭଗବାନ ଶିବଙ୍କ ମହାଶିବରାତ୍ରୀ ଦିନ ବିବାହ ହୋଇଥିଲା। ଏହିକାରଣରୁ ପ୍ରତ୍ୟେକ ବର୍ଷ ମହାଶିବରାତ୍ରୀ ଦିନ ବହୁତ ଧୂମଧାମରେ ଏହି ପର୍ବ ପାଳନ କରାଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ମାତା ପାର୍ବତୀ ଭଗବାନ ଶଙ୍କରଙ୍କୁ ପାଇବା ପାଇଁ କେଉଁ ସ୍ଥାପରେ ଘୋର ତପସ୍ୟା କରିଥିଲେ।
ବାସ୍ତବରେ ଭଗବାନ ଶିବଙ୍କୁ ପାଇବା ପାଇଁ ମାତା ପାର୍ବତୀ ଯେଉଁଠାରେ ତପସ୍ୟା କରିଥିଲେ ସେହି ସ୍ଥାନ ହେଉଛି କେଦାରନାଥ ନିକଟରେ ଅବସ୍ଥିତ ଗୌରୀ କୁଣ୍ଡ। ଗୌରୀ କୁଣ୍ଡ ପ୍ରସିଦ୍ଧ ଏବଂ ପ୍ରଭାବୀ ସ୍ଥାନ ରୂପେ ପରିଚିତ। ଏଠାର ସବୁଠାରୁ ଖାସ୍ କଥା ହେଉଛି ଏଠାର ପାଣି ଥଣ୍ଡା ସମୟରେ ମଧ୍ୟ ଗରମ ରହିଥାଏ। ଉଲ୍ଲେଖ ରହିଛି ଯେତେବେଳେ ମାତା ଗୌରୀ ନିଜ ତପସ୍ୟା ପୁରା କରିବା ପରେ ସେ ଗୁପ୍ତକାଶୀରେ ଭଗବାନ ଶିବଙ୍କ ସାମ୍ନାରେ ବିବାହ ପ୍ରସ୍ତାବ ରଖିଥିଲେ, ଯାହା ଭଗବାନ ଶଙ୍କର ସ୍ୱିକାର କରିଥିଲେ। ଏହାପରେ ଦେବୀ ପାର୍ବତୀଙ୍କ ପତି ହିମାଳୟରୁ ପ୍ରସ୍ତାବ ରଖିଥିଲେ ଏବଂ ବିବାହର ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହାପରେ ରୁଦ୍ରପ୍ରୟାଗ ଜିଲ୍ଲାରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ହୋଇଥିଲା।
ରୁଦ୍ରପ୍ରୟାଗ ଜିଲ୍ଲାର ଏକ ଗ୍ରାମର ନାମ ହେଉଛି ତ୍ରିଯୁଗୀ ନାରାୟଣ। ମାନ୍ୟତା ଅନୁଯାୟୀ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ହିମାଳୟର ମନ୍ଦାକିନୀ ଅଞ୍ଚଳରେ ଅବସ୍ଥିତ ତ୍ରିଯୁଗୀନାରାୟଣ ଗାଁରେ ସଂପନ୍ନ ହୋଇଥିଲା। ଏଠାରେ ଏକ ପବିତ୍ର ଅଗ୍ନି ମଧ୍ୟ ଜଳି ରହିଥାଏ। ଏହି ବିଷୟରେ ଉଲ୍ଲେଖ ରହିଛି ଏହା ତ୍ରେତୟା ଯୁଗରୁ ଲାଗି ରହିଛି ଏବଂ ଏହା ସାମ୍ନାରେ ଭଗବାନ ଶିବ ଏବଂ ମାତା ପାର୍ବତୀ ମଧ୍ୟ ବିବାହ କରିଥିଲେ। ଏହି ବିବାହରେ ଭାଇର ଦାୟିତ୍ୱ ଭଗବାନ ବିଷ୍ଣୁ ଏବଂ ପଣ୍ଡିତଙ୍କ କାର୍ଯ୍ୟ ଭଗବାନ ବ୍ରହ୍ମା ପୂରଣ କରିଥିଲେ। ଏହି ବିବାହରେ ମହାନ ତପସ୍ୱି, ଋଷି-ମହର୍ଷି ମଧ୍ୟ ଯୋଗ ଦେଇଥିଲେ।