Below header

ଉଜୁଡିବା ଆଗରୁ ସଜାଡି ଗଲା ମଣ୍ଟୁଙ୍କ ଭବିଷ୍ୟତ: ଗତକାଲି ମିଳିଲା ଆଡମିଟ୍‌ କାର୍ଡ, ଆଜି ଦେଇଛନ୍ତି ମାଟ୍ରିକ୍‌ ପରୀକ୍ଷା

କେନ୍ଦ୍ରାପଡ଼ା : ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ହୋଇଥିବା ବ୍ୟତିକ୍ରମ ଉପରେ ଠିକ୍ ସମୟରେ ପଦକ୍ଷପ ନିଆଯାଇଛି । ଆଜିଠୁ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଗତକାଲି ଆଡମିଟ୍‌ କାର୍ଡ ମିଳିପାରିନଥିବା ଖବର ସାମ୍ନାକୁ ଆସିଥିଲା । କେନ୍ଦ୍ରାପଡ଼ା ଧୂମାତ ନୋଡ଼ାଲ ବିଦ୍ୟାପୀଠର ଛାତ୍ର ମଣ୍ଟୁ ମଲ୍ଲିକଙ୍କ କ୍ଷେତ୍ରରେ ଏହି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଆଡ୍‌ମିଟ୍‌ କାର୍ଡ ମିଳି ନଥିବାରୁ ଦୁଇ ଦିନ ହେବ ତାଙ୍କ ଘରେ ଚୁଲି ଜଳୁନଥିଲା । ବହୁ ଅଭାବ ଅନଟନରେ ପୁଅକୁ ପାଠ ପଢାଇଥିବା ବେଳେ ଏଭଳି ବ୍ୟତିକ୍ରମକୁ ନେଇ ଚିନ୍ତାରେ ଥିଲେ ପରିବାର ଲୋକେ । ହେଲେ ଆଜି ମଣ୍ଟୁ ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି । ଖବର ମିଳିବାପରେ ଗତକାଲି ମଣ୍ଟୁଙ୍କୁ ଆଡମିଟ୍‌ କାର୍ଡ ପ୍ରଦାନ କରାଯାଇଥିଲା । ଯାହାପରେ ଆଜି ମଣ୍ଟୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ସହିତ ବେଶ୍ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.