Below header

ମହିଳାଙ୍କ ସୁରକ୍ଷା ପାଇଁ ବେଙ୍ଗାଲୁରୁ କମିଶନର ପୁଲିସର ନିଆରା ପ୍ରୟାସ, ପ୍ରଥମଥର ମହିଳା ପୁଲିସଙ୍କ ମାନ୍ୟୁକୁଇନ ବ୍ୟବସ୍ଥା

ବେଙ୍ଗାଲୁରୁ: ମହିଳାଙ୍କ ସୁରକ୍ଷା ପାଇଁ ବେଙ୍ଗାଲୁରୁ କମିଶନର ପୁଲିସର ନିଆରା ପ୍ରୟାସ । ପ୍ରଥମ ଥର ପାଇଁ ବେଙ୍ଗାଲୁରୁ ରେ ଥିବା ଜନଗହଳିପୂର୍ଣ୍ଣ ସ୍ଥାନ ଯଥା ବିଭିନ୍ନ ମଲ,ମେଡିକାଲ, ସ୍କୁଲ କଲେଜ, ସିନେମା ହଲ ମାନଙ୍କରେ ମହିଳା ପୁଲିସର ମାନ୍ୟୁକୁଇନ ମାନ ନିଯୁକ୍ତି କରାଯିବ। ଯାହା ଫଳରେ ମହିଳା ମାନଙ୍କୁ ହେଉଥିବା କମେଣ୍ଟ ଓ ନିଯ୍ୟାତନାରୁ ସୁରକ୍ଷା ଦିଆଯାଇପାରିବ । ତେବେ ପ୍ରଥମେ 50 ଟି ମହିଳା ପୋଲିସ ମାନ୍ୟୁକୁଇନ ଦିଆଯିବ। ପରବର୍ତ୍ତୀ ସମୟରେ 250 ଟି ଦିଆଯିବ। ତେବେ ଏହି ମାନ୍ୟୁକୁଇନ ଗୁଡିକ ଠିକ ମହିଳା କନେଷ୍ଟବଳଙ୍କ ପରି ଦେଖିବାକୁ । ଏଗୁଡିକ ତିଆରି କରିବା ପାଇଁ ଗୋଟିଏ ପିଛା 4000 ହଜାରରୁ 6000 ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏହାଦ୍ୱାରା ଘଟୁଥିବା ଅଘଟଣ ମାନଙ୍କୁ ରୋକାଯାଇପରିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.