Below header

ଭାରତରେ ନିର୍ମିତ ୯ ଏଣ୍ଟିବଡ଼ି ରେପିଡ଼୍‍ କିଟ୍‌କୁ ଆଇସିଏମ୍‌ଆର୍‌ ଓ ଏନ୍‌ଆଇଭି ଦେଲା ମାନ୍ୟତା, ଏବେ ଦୂର୍‌ ହେବ କରୋନା ଟେଷ୍ଟ ଅସୁବିଧା

ନୂଆଦିଲ୍ଲୀ: ଭାରତରେ ନିର୍ମିତ ୯ ଏଣ୍ଟିବଡି ରେପିଡ୍‌ କିଟ୍‌କୁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌) ଓ ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାୟରୋଲୋଜି(ଏନ୍‌ଆଇଭି) ମାନ୍ୟତା ଦେଇଛି । ଏହି କିଟ୍‌ ସଫଳତାର ସହ କରୋନା ଟେଷ୍ଟ କରିବ ବୋଲି ଆମେ ଆଶ୍ୱସ୍ଥ ।

covid kit

ଏକ ଉତ୍ତମ କରୋନା ପରୀକ୍ଷଣ କିଟ୍‌ର ଟେଷ୍ଟ ଓ ସ୍କ୍ରିନିଂ କାମରେ ଆମେ ଲାଗିଛୁ । ଯାହା ଦେଶରେ କରୋନା ଟେଷ୍ଟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସୋମବାର ଆସିଏମ୍‌ଆର୍‌ ପ୍ରକାଶ କରିଥିଲା ।

ଆଜି ଏହି କିଟ୍‌କୁ ମାନ୍ୟତା ଦେବା ପରେ ଅନ୍ୟ ଯେ କୈାଣସି କିଟ୍‌ ତୁଳନାରେ ଏହା ଭଲ କାମ କରିବ ବୋଲି ଆଇସିଏମ୍‌ଆର୍‌ ଟ୍ଵିଟ୍‌ ମାଧ୍ୟମରେ ଜଣାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.