ଆସନ୍ତା ଜୁନ ୧୫ ଯାଏଁ ସରକାରୀ କାର୍ଯ୍ୟାଳୟ ସକାଳୁ ଚାଲିବ,ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ

କେନ୍ୟୁଜ(ବ୍ୟୁରୋ):  ଆସନ୍ତା ଜୁନ ୧୫ ଯାଏଁ ସରକାରୀ କାର୍ଯ୍ୟାଳୟ ସକାଳୁ ଚାଲିବ । ଏ ନେଇ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ପୂର୍ବ ବର୍ଷମାନଙ୍କ ଭଳି ୨୦୨୦ ଏପ୍ରିଲ ୧୦ ରୁ ଜୁନ ୧୫ ଯାଏଁ ସକାଳୁଆ ଅଫିସ ଚାଲିବ ।

govt adviory

ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏ ନେଇ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ରହିଛି ଯେ, ବିନା ଲଞ୍ଚବ୍ରେକରେ ସକାଳ ୭ଟାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ଅଫିସ କାମ ହେବ । ଭୁବନେଶ୍ୱର, କଟକ, ପୁରୀ, ଛତ୍ରପୁର, ବ୍ରହ୍ମପୁର ଓ କୋରାପୁଟକୁ ଛାଡ଼ି ବାକି ସବୁଠି ଏପରି ଚାଲିବ । ରାଜ୍ୟ ସରକାରଙ୍କ ସବୁ ଅଫିସ ଓ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ କୋର୍ଟ ସକାଳୁ ଖୋଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.