ଟ୍ରେନରେ ଚଢ଼ିବା ପୂର୍ବରୁ ଜାଣି ନିଅନ୍ତୁ ନୂଆ ନିୟମ : ଏଣେ ତେଣେ ନବୁଲି ପ୍ରଥମେ ନିଜ ସିଟରେ ବସନ୍ତୁ, ନହେଲେ ୧୦ ମିନିଟରେ ଚାଲିଯିବ ସିଟ୍‌

ସାଧାରଣତଃ ଲୋକେ ଟ୍ରେନରେ ଯାତାୟତ ବେଳେ ଅନେକ ନିୟମ ବିଷୟରେ ସଚେତନ ନଥାନ୍ତି । ଯାହାକି ପରବର୍ତ୍ତୀ ମୂହୁର୍ତ୍ତରେ ଯାତ୍ରୀଙ୍କ ପାଇଁ ଅସୁବିଧା ଆଣିଥାଏ ।

ନୂଆଦିଲ୍ଲୀ : ସାଧାରଣତଃ ଲୋକେ ଟ୍ରେନରେ ଯାତାୟତ ବେଳେ ଅନେକ ନିୟମ ବିଷୟରେ ସଚେତନ ନଥାନ୍ତି । ଯାହାକି ପରବର୍ତ୍ତୀ ମୂହୁର୍ତ୍ତରେ ଯାତ୍ରୀଙ୍କ ପାଇଁ ଅସୁବିଧା ଆଣିଥାଏ । ବେଳେ ବେଳେ ଯାତ୍ରୀ ଟ୍ରେନରେ ଚଢ଼ିବା ବେଳେ ନିଜ ସିଟ ପାଖରେ ବହୁତ ବିଳମ୍ବରେ ପହଞ୍ଚିଥାନ୍ତି ।

ପାଖ ବଗିରେ ଥିବା ସାଙ୍ଗ ସାଥୀ କିମ୍ବା ପରିଚିତଙ୍କ ସହ ଗପୁ ଗପୁ ବିଳମ୍ବରେ ସିଟ ନିକଟରେ ପହଞ୍ଚିଥାନ୍ତି । ହେଲେ ଏହି ବିଳମ୍ବରେ ପହଞ୍ଚିବା ଯାତ୍ରୀଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ । କାରଣ ସିଟ ଟି ଅନ୍ୟ କେହି େଓ୍ଵଟିଂ ଯାତ୍ରୀଙ୍କୁ ଆଲର୍ଟ କରିପାରନ୍ତି ଟିଟିଇ । ଯାହାଦ୍ୱାରା ଆପଣଙ୍କ ସିଟ୍‌ ଚାଲିଯାଇପାରେ ।

ପୂର୍ବରୁ ଏହି ବ୍ୟବସ୍ଥା କାଗଜରେ ଥିବାରୁ ଟିଟିଇ ଆସନ୍ତା ୨ ଟି ଷ୍ଟେସନ ଯାଏ ଅପେକ୍ଷା କରୁଥିଲେ । ଯଦି ଆପଣ ଟ୍ରେନ ମିସ କରି ଦିଅନ୍ତି, ତେବେ ଆସନ୍ତା ଷ୍ଟେସନରେ ମଧ୍ୟ ଆପଣଙ୍କ ସିଟ୍‌ କ୍ଳେମ କରିପାରୁଥିଲେ । କିମ୍ବା ଟିଟିଇ ଆପଣଙ୍କୁ ଦୁଇଟି ଷ୍ଟେସନ ଯାଏ ଅପେକ୍ଷା କରୁଥିଲେ ।

ହେଲେ ନୂଆ ନିୟମ ଅନୁଯାୟୀ, ଟିଟିଇ କେବଳ ଆପଣଙ୍କୁ ୧୦ ମିନିଟ ଯାଏ ଅପେକ୍ଷା କରିବେ । ଯଦି ଆପଣ ସିଟରେ ନଥାନ୍ତି ତେବେ ଆପଣଙ୍କୁ ସିଟ ଅନ୍ୟ େଓ୍ଵଟିଂ ଯାତ୍ରୀକୁ ଦେଇ ଦେଇ ପାରିବେ । ଫଳରେ ଆପଣଙ୍କୁ ବିନା ସିଟରେ ଯାତ୍ରା କରିବାକୁ ପଡିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.