ଗନ୍‌ ପଏଣ୍ଟରେ ଆଇଆଇଟି ଛାତ୍ରୀଙ୍କ କପଡ଼ା ଖୋଲିଲେ ଦୁର୍ବୃତ୍ତ, କ୍ୟାମ୍ପସ୍‌ ରେ ଆନ୍ଦୋଳନ ତେଜିଲା

ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଆଇଆଇଟି ବିଏଚୟୁ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଅଭଦ୍ର ଆଚରଣକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି । ଦୁର୍ବୃତ୍ତମାନେ ଜଣେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ତାଙ୍କର ପୋଷାକ ଖୋଲିଥିଲେ ଓ ପରେ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ଛାତ୍ରୀ ଜଣକ ରାତି ଖାଇବା ପରେ ନିଜର ପୁଅ ବନ୍ଧୁଙ୍କ ସହ କ୍ୟାମ୍ପସରେ ବୁଲୁଥିବା ବେଳେ ଏକ ବୁଲେଟରେ ୩ଜଣ ଦୁର୍ବୃତ୍ତ ଆସିଥିଲେ ।

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଆଇଆଇଟି ବିଏଚୟୁ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଅଭଦ୍ର ଆଚରଣକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି । ଦୁର୍ବୃତ୍ତମାନେ ଜଣେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ତାଙ୍କର ପୋଷାକ ଖୋଲିଥିଲେ ଓ ପରେ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ଛାତ୍ରୀ ଜଣକ ରାତି ଖାଇବା ପରେ ନିଜର ପୁଅ ବନ୍ଧୁଙ୍କ ସହ କ୍ୟାମ୍ପସରେ ବୁଲୁଥିବା ବେଳେ ଏକ ବୁଲେଟରେ ୩ଜଣ ଦୁର୍ବୃତ୍ତ ଆସିଥିଲେ ।

ଦୁର୍ବୃତ୍ତମାନେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ତାଙ୍କର ପୋଷାକ କାଢ଼ିଥିଲେ । ପରେ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ଛାତ୍ରୀଙ୍କ ସହିତ ଥିବା ତାଙ୍କ ବନ୍ଧୁଙ୍କୁ ମଧ୍ୟ ମାଡ ମାରି କ୍ଷତାକ୍ତ କରିଥିଲେ ।ଛାତ୍ର-ଛାତ୍ରୀ ଦୁହେଁ ହଷ୍ଟେଲରେ ରହୁଥିବା ଜଣାଯାଇଛି । ଏହି ଖବର ଜଣାପଡିବା ପରେ ହଷ୍ଟେଲର ଛାତ୍ରଛାତ୍ରୀ କ୍ୟାମ୍ପସରେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ନିର୍ଦ୍ଦେଶକଙ୍କ ବିରୋଧରେ ସ୍ଲୋଗାନ ଦେବା ସହ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି କରିଥିଲେ । ପୂର୍ବରୁ ମଧ୍ୟ କ୍ୟାମ୍ପସରେ ଛାତ୍ରୀଙ୍କ ସହ ଏପରି ବହୁ ଦୁର୍ଘଟଣା ଘଟିଥିବା ଛାତ୍ର-ଛାତ୍ରୀ ଅଭିଯୋଗ କରିଥିଲେ । ବାହାରର ଅସାମାଜିକ ବ୍ୟକ୍ତିମାନେ ଆସି କ୍ୟାମ୍ପସ ଭିତରେ ନିଶା ସେବନ କରିବା ସହ ଛାତ୍ରୀମାନଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଥିଲେ । କ୍ୟାମ୍ପସକୁ ଆସୁଥିବା ବ୍ୟକ୍ତିଙ୍କ ଯାଞ୍ଚ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଛାତ୍ର-ଛାତ୍ରୀ ଦାବି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.