ରେହମ ଖାନଙ୍କ ଅଭିଯୋଗ; ଇମରାନ ବିକିଦେଲେ କଶ୍ମୀର, ମୋଦିଙ୍କ ସହିତ କରିଥିଲେ ଡିଲ୍‌

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ ଇମରାନଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। ସେ କହିଛନ୍ତି, ଭାରତ କଶ୍ମୀରରୁ ବିଶେଷ ରାଜ୍ୟର ମାନ୍ୟତା ଖୁବଶୀଘ୍ର ହଟାଇବା କଥା ଇମରାନକୁ ପୂର୍ବରୁ ଜଣାଥିଲା। ଏହାଛଡା ଇମରାନ ଭାରତକୁ ଖୁସି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଡିଲ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ। କଶ୍ମୀରକୁ ନେଇ ପୂର୍ବରୁ ଡିଲ୍‌ ହୋଇଥିଲା ବୋଲି ରେହମ ଅଭିଯୋଗ କରିଛନ୍ତି।

ଅଗଷ୍ଟ ୫ ରେ ଜମ୍ମୁ କଶ୍ମୀରୁ ୩୭୦ ଅନୁଚ୍ଛେଦ ହଟିବା ପରେ ସମଗ୍ର ଭାରତରେ ଖୁସିର ଲହରି ଦେଖିବାକୁ ମିଳିଥିଲା। ଏହାର କିଛି ସପ୍ତାହ ପରେ ଇମରାନଙ୍କ ପୂର୍ବତନ ପତ୍ନୀଙ୍କ ସଂଗୀନ ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରେହମ କହିଛନ୍ତି, ଯେତେବେଳେ କଶ୍ମୀରକୁ ନେଇ ଭାରତରେ ଏହି ଘୋଷଣା କରାଗଲା, ସେତେବେଳେ ଇମରାନଙ୍କ ଟିମ ସଦସ୍ୟଙ୍କ ପାଖକୁ ଏକ ଫୋନ କଲ ଆସିଥିଲା ଏବଂ ଉକ୍ତ ବ୍ୟକ୍ତି କହିଥିଲେ ଆପଣ ଯାହା କହିଥିଲେ, ସେପରି ହେଉଛି। ପୁଲଓ୍ଵାମା ଆକ୍ରମଣ ଦିନରୁ ଇମରାନ ଜାଣିଥିଲେ ମୋଦି ଏପରି କିଛି କରିବାକୁ ଯାଉଛନ୍ତି, ତେବେ ମଧ୍ୟ ଇମରାନ କିଛି କରିନଥିଲେ। ରେହମ ଆହୁରି ମଧ୍ୟ କହିଛନ୍ତି, ଯେଉଁଦିନ ଏହି ଫଇସଲା ହୋଇଥିଲା, ମୋଦି ଏପରି କରୁଛନ୍ତି ବୋଲି ଇମରାନ ପୂର୍ବରୁ ଜାଣିଥିଲେ। ଖାସ ଏଥିପାଇଁ ରେହମ ଇମରାନଙ୍କ ଉପରେ ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି।

Leave A Reply

Your email address will not be published.