Below header

ଋଣ ବୋଝରେ ଦେଶ : କିନ୍ତୁ ଘରୁ ପ୍ରଧାନମନ୍ତ୍ରୀ ନିବାସ ଯାଏଁ ହେଲିକପ୍ଟରରେ ଯାଉଛନ୍ତି ଇମରାନ୍ ଖାନ୍

ପୁଣି ଥରେ ଚର୍ଚ୍ଚାରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ନିଜ ଘରୁ ପ୍ରଧାନମନ୍ତ୍ରୀ ଆବାସ ଯାଏଁ ହେଲିକପ୍ଟରରେ ଯାଉଛନ୍ତି ଇମରାନ୍ ଖାନ୍ । ଏହି ଘଟଣାକୁ ନେଇ ବିବାଦ ହେବା ପରେ ମନ୍ତ୍ରୀ ଫୱାଦ୍ ଚୌଧୁରୀ କହିଛନ୍ତି ହେଲିକପ୍ଟରରେ କେବଳ ୫୫ଟଙ୍କା ପ୍ରତି କିଲୋମିଟର ଖର୍ଚ୍ଚ ହୋଇଥାଏ । ଯାହା ସଡକ ରାସ୍ତାରେ ଯିବା ଆସିବା ଖର୍ଚ୍ଚ ଠାରୁ ଖୁବ୍ କମ୍ । ଏବେ ମନ୍ତ୍ରୀଙ୍କ ଏହି ବୟାନ୍ ପରେ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଛନ୍ତି ଇମାରନ୍ ।

ଏହା ସହ ପଢନ୍ତୁ ଏଠି ଦବିବ ରିମୋଟ୍ ସେଠି ଗଡିବ ଶତ୍ରୁଙ୍କ ଶବ : ପାକିସ୍ତାନ୍ ସୁଟରଙ୍କୁ କଡା ଜବାବ୍ ଦେବ ଭାରତର ନୂଆ ଟେକନିକ୍

ପାକିସ୍ତାନର ଏକ ଖବର କାଗଜ ମୂତାବକ, ପ୍ରଧାନମନ୍ତ୍ରୀ ଆବାସଠାରୁ ଇମରାନଙ୍କ ଘର ଯାଏ ଯିବାକୁ ତିନିଟି ରାସ୍ତା ଅଛି । ସବୁଠାରୁ ଛୋଟ ରାସ୍ତା ୧୩.୮ କିଲୋମିଟର ଯାହାକୁ ୨୬ ମିନିଟରେ ପୁରା କରାଯାଇପାରିବ । ଦ୍ବିତୀୟ ରାସ୍ତା ହେଉଛି ୧୬.୪ କିଲୋମିଟରର ଯାହାକୁ ପୁରା କରିବାକୁ ଲାଗିବ ୩୬ ମିନିଟ୍ । ସେହିପରି ଆଉ ଏକ ରାସ୍ତା ରହିଛି ୧୭.୫ କିଲୋମିଟର ଯାହାକୁ ପୁରା କରିବାକୁ ଲାଗିଥାଏ ୩୦ ମିନିଟ୍ । ହେଲିକପ୍ଟରରେ ଏହି ଦୂରତା ୮ ରୁ ୧୦ ନୋଟିଫଲ୍ ମାଇଲ୍ସ ବା ପ୍ରାୟ ୧୫ ରୁ ୧୮ କିଲୋମିଟର ଲାଗିଥାଏ ।
ହିସାବରୁ ଜଣାପଡେ ପ୍ରତି ନୋଟିଫଲ୍ ମାଇଲ୍ସ ପିଛା ୧୬୦୦ ପାକିସ୍ତାନୀ ଟଙ୍କା ଖର୍ଚ୍ଚ ହୋଇଥାଏ । ଏମିତିରେ ଇମରାନଙ୍କୁ ପ୍ରଧାନମନ୍ତ୍ରୀ ଆବାସରୁ ନିଜ ଘର ଯାଏଁ ପଂହଚିବାକୁ ଲାଗିଥାଏ ୧୨୮୦୦ ରୁ ୧୬୦୦୦ ଟଙ୍କା । କିନ୍ତୁ ସଡକ ମାର୍ଗରେ ଏହି ରାସ୍ତାରେ ଖର୍ଚ୍ଚ ହୋଇଥାଏ ୩୫୦ ରୁ ୭୫୦ ଟଙ୍କା ଖର୍ଚ୍ଚ ହୋଇଥାଏ ।

ପାକିସ୍ତାନର ଆର୍ଥିକ ସ୍ଥିତି ବର୍ତ୍ତମାନ ଠିକ୍ ନଥିବା ବେଳେ ଇମରାନଙ୍କ ଏପରି ଖର୍ଚ୍ଚ ତାଙ୍କୁ ବିବାଦ ମଧ୍ୟକୁ ଟାଣି ଆଣିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.