ସେପ୍ଟେମ୍ବର ୬ରୁ ଶନି ମାର୍ଗି ହେବେ, କାହା ପାଇଁ ଭଲ ଓ କାହା ପାଇଁ ଖରାପ ଜାଣନ୍ତୁ

ଆସନ୍ତା ସେପଟେମ୍ବର ୬ ତାରିଖରୁ ଶନି ଗ୍ରହ ବକ୍ର ଚଳଣ ଛାଡ଼ି ମାର୍ଗି ବା ସିଧା ଚଳଣ କରିବେ । ଶନି ଗ୍ରହ ସେଦିନ ଅପରାହ୍ନ ୪.୩୬ ମିନିଟରେ ଧନୁ ରାଶିରେ ମାର୍ଗି ହେବେ। ଏହାର ପ୍ରଭାବରେ କିଛି ରାଶିର ଶୁଭ ଓ ଆଉ କିଛି ରାଶି ପାଇଁ ଅଶୁଭ ସମୟ ଆସିବ । ତେବେ ଶନି ଗ୍ରହ ହେଉଛନ୍ତି ନ୍ୟାୟର ଦେବତା । ତେଣୁ ସତ୍ କର୍ମ କଲେ କୌଣସି ସମସ୍ୟା ଆସିବ ନାହିଁ । ତେବେ ଶନିଙ୍କ ମାର୍ଗି ସମୟରେ କେଉଁ ରାଶି ଉପରେ କି ପ୍ରଭାବ ରହିବ ଆସନ୍ତୁ ଜାଣିବା ।

ମେଷ- ସଫଳତା ମିଳିବ । କିନ୍ତୁ ଏଥିଲାଗି ଧୈର୍ୟ୍ୟ ରଖିବାକୁ ପଡ଼ିବ ।

ବୃଷ- ସେତେ ଭଲ ଫଳ ଦେବ ନାହିଁ । ବିଭିନ୍ନ କାର୍ୟ୍ୟ କରିବା ପୂର୍ବରୁ ସତର୍କ ରହିବାକୁ ପଡ଼ିବ । ବିଶେଷ କରି ଶତ୍ରୁମାନେ ହଇରାଣ କରି ପାରନ୍ତି । ସ୍ବାସ୍ଥ୍ୟ ବି ଭଲ ରହିବ ନାହିଁ । ତେବେ ଅକଟୋବର ମାସରୁ ଏଥିରେ ପରିବର୍ତ୍ତନ ଆସିବ ।

ମିଥୁନ- ଭଲ ଫଳ ମିଳିବ । କାର୍ୟ୍ୟରେ ପ୍ରଶଂସା ସହ ବ୍ୟବସାୟରେ ଉନ୍ନତି ଘଟିବ । ତେବେ ପ୍ରେମ ସମ୍ପର୍କ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର ।

କର୍କଟ-ଭଲ ସମୟ ରହିଛି । ବହୁ ଦିନରୁ ଲାଗିଥିବା ବିବାଦର ସମାଧାନ ହେବ । କାର୍ୟ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଉନ୍ନତି ଘଟିବ ।

ସିଂହ- ସନ୍ତାନ ଚିନ୍ତା, ପ୍ରେମ ସମ୍ପର୍କ ସମସ୍ୟା ଦେଖା ଦେଇ ପାରେ ।

କନ୍ୟା-ପାରିବାରିକ ସମସ୍ୟା ଓ ମାନସିକ ଅଶାନ୍ତିରୁ ମୁକ୍ତି ମିଳିବ । ପିତା ମାତାଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ହେବ । ବାହାରକୁ ଯାତ୍ରା କଲା ବେଳେ ଚୋର, ପକେଟମାରଙ୍କ ଠାରୁ ସତର୍କ ରୁହନ୍ତୁ ।

ତୁଳା- ବଢ଼ିଆ ସମୟ। ପୂର୍ବରୁ ଚାଲି ଆସୁଥିବା ପାରିବାରିକ ଅଶାନ୍ତି ଦୂର ହେବ। କର୍ମକ୍ଷେତ୍ରରେ ମନ ଲଗାଇ ପରିଶ୍ରମ କରିବେ ଓ ପ୍ରଶଂସିତ ହେବେ ।

ବିଛା- ଆକସ୍ମିକ ଧନପ୍ରାପ୍ତି ଓ ଲାଭର ଯୋଗ ରହିଛି । ବିଶେଷ କରି ସେୟାର ମାର୍କେଟରୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି । ତେବେ ବ୍ୟସ୍ତତା ଭିତରେ ବି ପରିବାର ପ୍ରତି ଧ୍ୟାନ ଦିଅନ୍ତୁ।

ଧନୁ- ଚାଲି ଆସୁଥିବା ସମସ୍ୟା ଓ କଷ୍ଟରୁ ମୁକ୍ତି ମିଳିବ । ଶତ୍ରୁ ନାଶ ହେବେ ।

ମକର- ମଙ୍ଗଳ ଯୋଗ ରହିଛି । କାର୍ୟ୍ୟକ୍ଷେତ୍ର ଓ ବ୍ୟବସାୟରେ ଲାଭ ମିଳିବ । ଅପ୍ରତ୍ୟାଶିତ ସଫଳତା ମିଳିବାର ସମ୍ଭାବନା ରହିଛି ।

କୁମ୍ଭ- ଆୟ ବଢ଼ିବ । କିନ୍ତୁ ସତପଥରେ ଚାଲନ୍ତୁ । ଲାଞ୍ଚ ନେଲା ଭଳି ଅନ୍ୟାୟ କାର୍ୟ୍ୟ କଲେ ଅସୁବିଧାରେ ପଡ଼ିବେ ।

ମୀନ-ଛୋଟ ବ୍ୟବସାୟକୁ ବଢ଼ାଇବାର ସମୟ ଆସିଛି । ତେବେ ସତର୍କତାର ସହ କାର୍ୟ୍ୟ କରିବା ଉଚିତ । ମା’ଙ୍କ ସ୍ବାସ୍ଥ୍ୟ ଚିନ୍ତା ଜନକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.