Below header

ଅଗଷ୍ଟ ୧୪ରେ ଶପଥ ନେବେ ଇମରାନ ଖାନ

ଲାହୋର : ଅଗଷ୍ଟ ୧୪ ତାରିଖ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଇମ୍ରାନ ଖାନ । ଇମରାନଙ୍କ ଦଳ ପାକିସ୍ତାନ ତେହରିକ୍ ଏ ଇନସାଫ, ପିଟିଆଇ ସବୁଠାରୁ ଅଧିକ ଆସନ ପାଇଥିଲା । କିନ୍ତୁ ବହୁମତ ଠାରୁ କମ୍ ରହିଥିଲା ପ୍ରାୟ ୨୦ଟି ସିଟ୍ । ବହୁମତ ପାଇଁ ୧୩୭ ଆସନ ଆବଶ୍ୟକ ଥିବା ବେଳ ଦଳ ଜିତିଛି ୧୧୬ ଆସନ । ଏହି ଫଳାଫଳକୁ କିନ୍ତୁ ଅନ୍ୟ ବିରୋଧୀ ଦଳ ଗ୍ରହଣ କରୁ ନାହାଁନ୍ତି । ୟୁରୋପୀୟ ସଂଘ ମଧ୍ୟ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି । ପାକିସ୍ତାନରେ ଇମରାନଙ୍କ ବିଜୟକୁ ନୂଆ ଯୁଗର ଆରମ୍ଭ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.