Below header

ହିମା ଦାସଙ୍କ ବାୟୋପିକ୍ କରିବାକୁ ଅକ୍ଷୟଙ୍କ ଇଚ୍ଛା

ମୁମ୍ବାଇ : ନିକଟରେ ଖିଲାଡ଼ି କୁମାର ଅକ୍ଷୟଙ୍କ ‘ଗୋଲ୍ଡ’ ଫିଲ୍ମ ରିଲିଜ୍ ହୋଇଛି । ସ୍ୱାଧୀନତା ପୂର୍ବରୁ ୧୯୪୮ ଲଣ୍ଡନ ଅଲିମ୍ପିକ୍ସ ହକିରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା । ସେହି ବାସ୍ତବ କାହାଣୀକୁ ନେଇ ତିଆରି ହୋଇଛି ‘ଗୋଲ୍ଡ’ । ଏବେ ଅକ୍ଷୟ ଚାହୁଁଛନ୍ତି ଟ୍ରାକ୍ ଆଣ୍ଡ ଫିଲଡ୍ରେ ଭାରତ ପାଇଁ ପ୍ରଥମ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଜିତିଥିବା ହିମା ଦାସଙ୍କ ଉପରେ ବାୟୋପିକ୍ କରିବା ପାଇଁ ।

ଆସାମର ହିମା ଜାକର୍ତ୍ତାରେ ଅନୁଷ୍ଠିତ ବିଶ୍ୱ ଜୁନିୟର ଆଥଲେଟିକ୍ ଚାମ୍ପିଅନ୍ସିପରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗର୍ବ ଏବଂ ଗୌରବ ସାଜିଛନ୍ତି । ତେବେ ଗ୍ରାମାଞ୍ଚଳରୁ ଆସି ପ୍ରଥମଥର ଦେଶ ପାଇଁ ଏତେବଡ଼ ସଫଳତା ଆଣିଥିବାରୁ ତାଙ୍କ କାହାଣୀ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି ଅକ୍ଷୟ କହିଛନ୍ତି ।ତେବେ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.