‘ସୋସିଆଲ ଡିଷ୍ଟାନସିଙ୍ଗ’ର ନିଆରା ଉଦାହରଣ : ଦୀକ୍ଷାନ୍ତ ସମାରୋହରେ ଛାତ୍ରଙ୍କ ଜାଗାରେ ଡିଗ୍ରୀ ନେଲେ ରୋବୋଟ

ଜାପାନରେ ସୋସିଆଲ ଡିଷ୍ଟାନସିଂ ପାଳନ କରିବାକୁ ଯାଇ ଏକ ଦୀକ୍ଷାନ୍ତ ସମାରୋହରେ ନିଆରା ଉପାୟ ଆପଣା ଯାଇଛି। ସମାରୋହରେ ଛାତ୍ରମାନଙ୍କ ଜାଗାରେ ରୋବୋଟମାନେ ଡିଗ୍ରୀ ନେଇଛନ୍ତି। ନାମ ଡାକିବା କ୍ଷଣି ରୋବୋଟମାନେ ଡ୍ରେସକୋଡ଼ ମୁତାବକ ପ୍ରସ୍ତୁତ ହୋଇ ଆସି ଡିଗ୍ରୀ ନେଇଥିଲେ।

io

ରୋବୋଟମାନଙ୍କ ମୁଁହରେ ଆଇପଡ଼ ଲଗାଇ ଦିଆଯାଇଥିଲା। ଏହି ଆଇପଡ଼ ଜରିଆରେ ସଂପୃକ୍ତ ଛାତ୍ରଟି ସମ୍ପୂର୍ଣ୍ଣ ଭାବେ ଉତ୍ସବର ଲାଇଭ ଏନଜୟ କରିଥିଲା ଏବଂ ଡିଗ୍ରୀ ନେଉଥିବା ବେଳେ କିଛି ବକ୍ତବ୍ୟ ଦେଇ ନିଜ ଭାବନା ବି ବ୍ୟକ୍ତ କରୁଥିଲା।

yuy

28 ମାର୍ଚ୍ଚରେ ଟୋକିଓର ହୋଟେଲ ଗ୍ରାଣ୍ଡ ପ୍ୟାଲେସରେ ବିଜିନେସ ବ୍ରେକଥରୁ ବିଶ୍ୱ ବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହ ଆୟୋଜନ କରାଯାଇଥିଲା। ଏହି ସମୟରେ 4 ଛାତ୍ରଙ୍କୁ ଗ୍ରାଜୁଏସନ ଡିଗ୍ରୀ ଦିଆଯାଇଥିଲା। ଏହି ରୋବୋଟକୁ ଜାପାନୀ କମ୍ପାନୀ ‘ଏନା ହୋଲଡିଂ’ ତିଆରି କରିଥିଲା, ଯାହାର ନାଁ ଦିଆଯାଇଥିଲା ‘ନ୍ୟୁମି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.