ଲକ ଡାଉନ କାରଣରୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଡ୍ରାଇଭରଙ୍କୁ ସାହାଯ୍ୟ କରିବ ଏହି ଆପ

ବିଶ୍ୱର ୨୦୩ଟି ଦେଶ ଏବେ କରୋନା କବଳରେ କବଳିତ । ଏହି ମାରାତ୍ମକ ଭାଇରସ ଦାଉରୁ ରକ୍ଷା ପାଇବା ପାଇଁ ପ୍ରଧାନ ମନ୍ତ୍ରୀ ମୋଦୀ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଦେଶ ବ୍ୟାପୀ ଲକ ଡାଉନ ଘୋଷଣା କରିଛନ୍ତି । ଯିଏ ଯେଉଁଠି ଅଛନ୍ତି ସେହିଠାରେ ରୁହନ୍ତୁ ବୋଲି ଖୋଦ ଆମ ପ୍ରଧାନ ମନ୍ତ୍ରୀ ହିଁ ନିଜ ବୟାନରେ କହିଥିଲେ । ଏପରି ଏକ ସ୍ଥିତିରେ ଦେଶର ଜନତାଙ୍କ ସମେତ ଅନ୍ୟ ମାନଙ୍କୁ ନାନାଦି ଅସୁବିଧା ମାନର ସାମ୍ନା କରିବାକୁ ପଡୁଛି । ବେଶୀ ହଇରାଣ ହେବାକୁ ପଡ଼ିଛି ଡ୍ରାଇଭର ମାନଙ୍କୁ । ଏପରି ଏକ ସ୍ଥିତିକୁ ଲକ୍ଷ କରି ସପ୍ଲାଇ ଚେନ କମ୍ପାନୀ ଲୋକସ ଓ ଭାରତ ପେଟ୍ରୋଲିୟମ ମିଳିତ ଭାବେ ଏକ ଆପ ଲଞ୍ଚ କରିଛନ୍ତି ।

ଏହି ଆପ ଜରିଆରେ ହିଁ ବିଭିନ୍ନ ସ୍ଥାନରେ ଫଶି ରହିଥିବା ଡ୍ରାଇଭର ମାନଙ୍କୁ ସହଜରେ ଉଦ୍ଧାର କରାଯାଇ ନିଜ ନିଜ ସ୍ଥାନକୁ ପଠାଯାଇ ପାରିବ । କମ୍ପାନୀ ତରଫରୁ ଏହାର ନାମ ‘ଡ୍ରାଇଭର ସେବା ମୋବାଇଲ ଆପ’ ବୋଲି ରଖାଯାଇଛି । ଏହି ଆପ ଜରିଆରେ ବିଭିନ୍ନ ସ୍ଥାନରେ ଫଶି ରହିଥିବା ଡ୍ରାଇଭର ନିଜ ଆଖ ପାଖର ତଥ୍ୟ ବିଷୟରେ ସହଜରେ ଜାଣି ପାରିବେ । କମ୍ପାନୀ ତରଫରୁ ଏହା ମଧ୍ୟ ଦାବି କରାଯାଇଛିକି,ଡ୍ରାଇଭର ମାନେ ଏହାର ଉପଯୋଗ କରି ଆଖପାଖର ପାର୍କିଙ୍ଗ ବିଷୟରେ ସୂଚନା ପାଇ ପାରିବେ ।

ଏଯାବତ ଏହି ଯୋଜନାରେ ୪୦୦ ପେଟ୍ରୋଲ ପମ୍ପ, ୬ ଏଏମପିଆଇ ଓ ୩୦ ରୁ ଅଧିକ ଢ଼ାବା ଆଦିକୁ ସାମିଲ କରାଯାଇଛି । ଆଗକୁ ଏହି ସଂଖ୍ୟା ୧୦୦୦ କରାଯିବ ବୋଲି କମ୍ପାନୀର ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.