ଏମିତି କରାଯାଉଛି କରୋନା ମୃତକଙ୍କ ଅନ୍ତିମ ସଂସ୍କାର, ଶୁଣିଲେ ଥରି ଉଠିବ ଛାତି

ସାରା ବିଶ୍ୱରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଏହି ଭାଇରସ ଯୋଗୁ ହଜାର ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା କମିବାର ନାଁ ଧରୁନି। ସାରା ବିଶ୍ୱରେ ଏବେ ଯାଏଁ ୧୨,୧୬,୪୨୨ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୬୫,୭୧୧ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ଭାରତରେ ମଧ୍ୟ ଏହି ହାର ବଢ଼ିଚାଲିଛି। ତେବେ କରୋନା ଭାଇରସ ଯୋଗୁ ଯେଉଁମାନଙ୍କର ମୃତ୍ୟୁ ଘଟୁଛି ସେମାନଙ୍କ ଅନ୍ତିମ ସଂସ୍କାର କରିବା ଢଙ୍ଗରେ ମଧ୍ୟ ପରିବର୍ତ୍ତନ ଘଟିଛି। କରୋନା ମୃତକଙ୍କ ଅନ୍ତିମ ସଂସ୍କାର ଅନ୍ୟ ସାଧାରଣ ଲୋକଙ୍କ ଭଳି କରାଯାଉନାହିଁ।

କୌଣସି ଲୋକର ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାର ନିଜ ଧର୍ମ ପରମ୍ପରା ଅନୁସାରେ କରିବା ନିୟମ ରହିଛି। କିନ୍ତୁ କରୋନା ଭାଇରସ ଯୋଗୁ ଯେଉଁମାନଙ୍କର ମୃତ୍ୟୁ ଘଟୁଛି ସେମାନଙ୍କ ଅନ୍ତିମ ସଂସ୍କାର କରିବା ପଦ୍ଧତି ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି। କରୋନା ମୃତକଙ୍କ ଶବ ସଂସ୍କାରକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ କାନୁନ କରାଯାଇଛି। ଭାରତ ସରକାର ମଧ୍ୟ ଏନେଇ କିଛି ନିୟମ କରିଛନ୍ତି।

 

ଭାରତ ସରକାରଙ୍କ ନିୟମାନୁସାରେ କରୋନା ଭାଇରସରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଅନ୍ତିମ ସଂସ୍କାର ତାଙ୍କ ଧାର୍ମିକ ସ୍ଥାନରେ ହିଁ ହେବ। ସଂସ୍କାର ପୂର୍ବରୁ ମୃତକଙ୍କ ପ୍ରିୟଜନ ଯଦି ତାଙ୍କ ଅନ୍ତିମ ଦର୍ଶନ କରିବାକୁ ଚାହାଁନ୍ତି ତେବେ ସେଥିପାଇଁ ମଧ୍ୟ ଅନୁମତି ଦିଆଯାଇଛି, ମାତ୍ରେ ସମ୍ପୂର୍ଣ୍ଣ ପ୍ରୋଟେକ୍ସନ ସହ। କରୋନା ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରିବାକୁ ମନା କରାଯାଉଛି। କିନ୍ତୁ ଯଦି ଆବଶ୍ୟକ ପଡେ ତେବେ ସମ୍ପୂର୍ଣ୍ଣ ସାବଧାନତାର ସହ ବ୍ୟବଚ୍ଛେଦ କରିପାରିବେ।

ବର୍ତ୍ତମାନ ସବୁଠାରୁ ଅଧିକ ଇଟାଲୀର ଲୋକଙ୍କ ମୃତ୍ୟୁ କରୋନା ଯୋଗୁ ହେଉଛି। ପୂର୍ବରୁ ଇଟାଲୀରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ଖୁବ ଧୁମଧାମରେ ମୃତକଙ୍କୁ ବିଦାୟ ଦିଆଯାଉଥିଲା, ତାଙ୍କୁ ନୂଆ ପୋଷାକ ପିନ୍ଧିବାକୁ ଦିଆଯାଉଥିବା ବେଳେ ଏବେ ସେସବୁ ବନ୍ଦ ରହିଛି। ଯଦି କେହି ମୃତକଙ୍କୁ ନୂଆ ପୋଷାକ ଦେବାକୁ ଚାହେଁ ତେବେ ତାହାକୁ ମୃତ ଶରୀର ଉପରେ ରଖାଯାଇ ତୁରନ୍ତ ତାହାକୁ ବନ୍ଦ କରିଦିଆଯାଉଛି।

China virus funeral order fuels upset as death toll rises | China ...

କରୋନାର ଜନ୍ମସ୍ଥଳ ଚୀନରେ ମଧ୍ୟ ମୃତକଙ୍କ ଅନ୍ତିମ ସଂସ୍କାରର ନିୟମରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ମୃତ ବ୍ୟକ୍ତିଙ୍କୁ ଜଳା ଯିବା ପରେ ପୋତା ଯାଉଥିବା ବେଳେ ଏବେ କେବଳ ଜଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଇଲେକ୍ଟ୍ରିକ ଚୁଲାରେ ଶବ ଜାଳିବାକୁ ନିୟମ ହୋଇଛି। କେବଳ ଏତିକି ନୁହେଁ ମୃତକଙ୍କ ଶବକୁ ଦେଖିବାକୁ ମଧ୍ୟ ପରିବାର ଲୋକଙ୍କୁ ଅନୁମତି ଦିଆଯାଉନାହିଁ।

In Italy, deaths and funerals in isolation bring unknown pain ...

ସେହିପରି ଆମେରିକା ପୂର୍ବରୁ ବହୁ ଲୋକ ଏକାଠି ହୋଇ ଖୁବ ଧୁମଧାମରେ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ଏବେ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର କରାଯାଉଛି। ସେଠାରେ ମୃତକଙ୍କ ଶବକୁ ମେଡିକାଲରୁ ଆଣି ସିଧାସଳଖ ପୋତି ଦିଆଯାଉଛି। ଏହି ଦୃଶ୍ୟକୁ ଲାଇଭ କରାଯାଉଛି ଫଳରେ ଅନ୍ୟ ବନ୍ଧୁବାନ୍ଧବ ଶେଷ ଦର୍ଶନ କରିପାରିବେ।

There are no funerals:' Death in quarantine leaves nowhere to ...

ସ୍ପେନର ଗୃହ ମନ୍ତ୍ରାଳୟ କରୋନା ମୃତକଙ୍କ ଶବକୁ ଶେଷ ଦର୍ଶନ କରିବାକୁ ମନା କରିଛି। ପରିବାରର ମାତ୍ର ୩ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଶବକୁ ପୋତିବାକୁ ନିର୍ଦ୍ଦେଶ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.