Below header

ପ୍ରକୃତି ଉପରେ ପଡ଼ିଛି ‘ଲକ ଡାଉନ’ର ସୁପ୍ରଭାଵ, କମିଛି ପୃଥିବୀ ପୃଷ୍ଠର କମ୍ପନ

କରୋନା ଭୟରେ ଏବେ ବିଶ୍ୱର ଅଧିକାଂଶ ଦେଶରେ ଲକ ଡାଉନ ପରିସ୍ଥିତି ଜାରି ହୋଇଛି ।  କରୋନା ସଂକ୍ରମଣ କାରଣ ଯୋଗୁଁ ହେଉ ଅବା ସରକାରଙ୍କ ନିର୍ଦ୍ଦେଶାନାମା କାରଣରୁ ହେଉ ଲୋକେ ପଦାକୁ ବାହାରୁ ନାହାଁନ୍ତି ।  ପ୍ରାୟ ୭ ଲକ୍ଷ ଲୋକ ଜନସଂଖ୍ୟା ବିଶିଷ୍ଟ ବିଶ୍ୱର ୪ ଲକ୍ଷ କୋଟି ଲୋକ ଘର ଭିତରେ ହିଁ ବନ୍ଦ ହେଇ ଅଛନ୍ତି ।  ବିଭିନ ପରିବହନ ବ୍ୟବସ୍ଥା ସମେତ କଳକାରଖାନା ବି ଠପ ହେଇଯାଇଛି । ଏପରି ଏକ ଶାନ୍ତ ପରିସ୍ଥିତିରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଭୁବିଜ୍ଞାନୀ ମାନେ ଏକ ବିଶେଷ ତଥ୍ୟ ଖୋଜି ବାହାର କରିଛନ୍ତି ।

ଭୂବିଜ୍ଞାନୀଙ୍କ ଅନୁଯାୟୀ ପୃଥିବୀ ପୃଷ୍ଠର କମ୍ପନର ତୀବ୍ରତା ବହୁ ପରିମାଣରେ କମି ଯାଇଛି ।  ବେଲଜିୟମ ସ୍ଥିତ ରୟାଲ ଆର୍ଜେବେଟେରିର ଭୁବିଜ୍ଞାନୀଙ୍କ ଥରମାସ ଲୋକେକଙ୍କ ଅନୁଯାୟୀ, ଏହି କମ୍ପନ ବିଶେଷ ଭାବେ ରାସ୍ତା ଘାଟରେ ଚାଲୁଥିବା ବସ, ଟ୍ରକ, ରେଳ ଧାରଣାରେ ଚାଲୁଥିବା ଟ୍ରେନ, କଳକାରଖାନା କାରଣରୁ ହିଁ ସୃଷ୍ଟି ହୋଇଥାଏ ।  ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କେବଳ ବ୍ରୁସେଲସ ସହରର କମ୍ପନ ମାର୍ଚ୍ଚ ମାସରେ ୩୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଇଛି ।  ଆମେରିକାର ଏକ ବୈଜ୍ଞାନିକ ଦଳଙ୍କ ଅନୁଯାୟୀ, ବର୍ତ୍ତମାନ ସମୟରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ପଚାଶ ପ୍ରତିଶତ ଲୋକଙ୍କ ଚଳ ପ୍ରଚଳ ବନ୍ଦ ହୋଇଯାଇଥିବା କାରଣରୁ ବୈଜ୍ଞାନିକ ମାନେ ପୃଥିବୀ ପୃଷ୍ଠର ଛୋଟ ରୁ ଛୋଟ ଗତିବିଧି କୁ ସହଜରେ ପରଖି ପାରୁଛନ୍ତି ।

ଯେବେକି ପୂର୍ବରୁ ଜାଣିବା ପାଇଁ ବହୁ ଭାରି ମେସିନର ବ୍ୟବହାର କରାଯାଉଥିଲା ।  ତେଣୁ ବୈଜ୍ଞାନିକଙ୍କ ହସ୍ତଗତ ହୋଇଥିବା ଏହି ତଥ୍ୟରୁ ଜାଣି ହେଉଛିକି ବିଶ୍ୱର ଅଧିକାଂଶ ଲୋକ ଲକ ଡାଉନ ନିୟମକୁ ବେଶ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି ।  ବିଶ୍ୱର ଜଣା ଶୁଣା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଘରେ ନିଜକୁ ବନ୍ଦ କରି ରଖିବା ହିଁ ମାରାତ୍ମକ କରୋନା ଦାଉରୁ ରକ୍ଷା ପାଇବାର ଏକ ମାତ୍ର ଉପାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.