ଧୋନିଙ୍କ ମେକଅପ୍ ଆର୍ଟିଷ୍ଟ ସେୟାର କଲେ ଜିବାଙ୍କ ଭିଡିଓ, କହିଲେ ଏ ଝିଅ ମୋ ଚାକିରି ଖାଇବ

କରୋନା ଭାଇରସ ଯୋଗୁ ଏବେ ସାରା ଦେଶ ଘରେ ରହିଛି। ସଂକ୍ରମଣ ଭୟରେ କ୍ରିକେଟ ସମେତ ଅନ୍ୟ କ୍ରୀଡା ମଧ୍ୟ ବନ୍ଦ ରହିଛି। ଏଣୁ ଖେଳାଳିମାନେ ଏବେ ପରିବାର ସହ ସମୟ କାଟୁଛନ୍ତି। ଭାରତୀୟ କ୍ରିକେଟ ଟିମର କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଏବେ ପତ୍ନୀ ଓ ଝିଅ ସହ ସମୟ ଅତିବାହିତ କରୁଛନ୍ତି। ଏହି ସମୟରେ ଧୋନିଙ୍କ ମେକଅପ ଆର୍ଟିଷ୍ଟ ସ୍ୱପ୍ନା ଭାବନାନୀ ଧୋନି ଓ ତାଙ୍କ ଝିଅ ଜିବାଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଭିଡ଼ିଓରେ ଜିବା ପାପାଙ୍କ ମେକଅପ କରୁଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

ସ୍ୱପ୍ନା ଏହି ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି। ଭିଡିଓରେ ଜିବା ଧୋନିଙ୍କ କୋଳରେ ବସି ତାଙ୍କ ମୁହଁକୁ ବ୍ରସରେ ମେକଅପ୍ କରୁଥିବା ଦେଖାଯାଇଛି।

जीवा धोनी के इस वीडियो को देखकर आपके ...

ଭିଡିଓକୁ ସେୟାର କରି ସ୍ୱପ୍ନା କ୍ୟାପସନରେ ଲେଖିଛନ୍ତି ମତେ ଲାଗୁଛି ଏହି କୁନି ଝିଅଟି ମୋ ଚାକିରି ଛଡ଼େଇନେବ। ସୂଚନାଯୋଗ୍ୟ ଯେ ସ୍ୱପ୍ନା ଦୀର୍ଘ ଦିନ ଧରି ଧୋନିଙ୍କ ମେକଅପ୍ ଆର୍ଟିଷ୍ଟ ଭାବେ କାମ କରୁଛନ୍ତି। ସେ ଧୋନିଙ୍କର ଜଣେ ଭଲ ବନ୍ଧୁ ମଧ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.