ଦେଶରେ ମାଡୁଛି କରୋନା, ଗତ ୨୪ ଘଣ୍ଟାରେ ୧୨ହଜାର ୧୯୩ ପଜିଟିଭି ଚିହ୍ନଟ

ଦେଶରେ ମାଡୁଛି କରୋନା, ନେଉଛି ଜୀବନ। ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍‌ । ଆଉ ୪୨ ଜୀବନ ନେଇଛି ପ୍ରାଣଘାତୀ କରୋନା । କେବଳ କେରଳରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଦେଶରେ ମାଡୁଛି କରୋନା, ନେଉଛି ଜୀବନ । ଦୈନିକ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍‌ । ପୁଣି ଥରେ ୧୨ ହଜାର ପାର କରିଛି ଦୈନିକ ସଂକ୍ରମଣ ।

ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୧୯୩ ପଜିଟିଭି । ଆଉ ୪୨ ଜୀବନ ନେଇଛି ପ୍ରାଣଘାତୀ କରୋନା । କେବଳ କେରଳରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ଟିଭ କେସ ୬୭ହଜାର ୫୫୬କୁ ବୃଦ୍ଧି ପାଇଛି । ଗତକାଲି ୧୧ହଜାର ୬୯୨ ପଜିଟିଭି ଚିହ୍ନଟ ହୋଇଥିଲେ । ୨୮ଜଣଙ୍କ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.