Below header

ଆଜିଠାରୁ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (କେନ୍ୟୁଜ୍) : ଆଜିଠୁ ଆରମ୍ଭ ହେବ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଡାକପାଳ ସନ୍ତୋଷ କୁମାର କାମିଲା । ଭାରତର ୬୫୦ ଶାଖା ଏବଂ ୩୨୫୦ଟି ଆକସେସ ପଏଣ୍ଟରେ ଏହା କାର୍ୟ୍ୟକାରୀ ହେବ । ରାଜ୍ୟର ୩୩ଟି ଶାଖା ଡାକଘରେ ଓ ୧୬୫ଟି ଆକସେସ ପଏଣ୍ଟରେ ପ୍ରାଥମିକ ପର୍ୟ୍ୟାୟରେ ଏହା କାର୍ୟ୍ୟକାରୀ ହେବ ବୋଲି ସେ କହିଛନ୍ତି । ଭୁବନେଶ୍ୱରରରେ ଆରମ୍ଭ ହେବାକୁ ଥିବା ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସୁନ୍ଦରଗଡର ଡାକ ବ୍ୟାଙ୍କକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ଗାଁ ଗହଳିର ଲୋକଙ୍କୁ ସହଜରେ ବ୍ୟାଙ୍କ ସେବା ଯୋଗାଇ ଦେବା ଏହାର ମୂଳ ଲକ୍ଷ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.