ଗତ ୨୪ ଘଣ୍ଟାରେ ଆଉ ୨୪ ହଜାର ୦୧୦ ନୂଆ କେସ, ଜୀବନ ହାରିଲେ ଆଉ ୩୫୫ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ମାରାତ୍ମକ ସ୍ଥିତି ଧାରଣ କରୁଥିବା ବେଳେ ଗୁରୁବାର ଦୈନିକ ଆକ୍ରନ୍ତ ସଂଖ୍ୟା କିଛିଟା କମିଥିବା ଲକ୍ଷ କରାଯାଇଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ୨୪ ହଜାର ୦୧୦ ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଯେବେକି ବୁଧବାର ୨୬ ହଜାର ୩୮୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜିର ସଂକ୍ରମିତ ସଂଖ୍ୟାକୁ ମିଶାଇ ୯୯.୫୬ ଲକ୍ଷକୁ ବୃଦ୍ଧି ପାଇଛି | ଯେବେକି ୯୪.୮୯ ଲକ୍ଷ ସଂକ୍ରମଣ ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଯଦି ମୋଟ ରୂପରେ ଦେଖାଯାଏ ତେବେ ଏଯାବତ କୋଭିଡ ସଂକ୍ରମଣ ସଂଖ୍ୟା ୯୯
ଲକ୍ଷ ୫୬ ହଜାର ୫୫୮ ଛୁଇଁଛି । ଗତ ୨୪ ଘଣ୍ଟା ଭିତରେ ୩୫୫ ଜଣଙ୍କ ମୃତ୍ୟୁ ହେବା ପରେ ମୃତକ ସଂଖ୍ୟା ୧ ଲକ୍ଷ ୪୪

ହଜାର ୪୫୧ ରେ ପହଂଚିଛି । ଏଯାବତ ସୁସ୍ଥ ପ୍ରତିଶତ ୯୫.୨୧ ପ୍ରତିଶତରେ ପହଁଚିଥିବା ବେଳେ ମୃତ୍ୟୁ ହାର ୧.୪୫ ପ୍ରତିଶତ ଛୁଇଁଛି । ଗତ ୧୦ ଦିନ ହେବ ଚିକିତ୍ସାଧୀନ ରୋଗୀ ସଂଖ୍ୟା ଚାରି ଲକ୍ଷ ତଳେ ରହିଛି । ରିପୋର୍ଟ ଅନୁଯାୟୀ ଏବେ ଦେଶର ବିଭିନ୍ନ ହସ୍ପିଟାଲରେ ୩ ଲକ୍ଷ ୨୨ ହଜାର ୩୬୬ ଜଣ କରୋନା ରୋଗୀଙ୍କ ଚିକିତ୍ସା ଚାଲିଛି । ଯାହା ମୋଟ ସଂଖ୍ୟାର ୩.୩୪ ପ୍ରତିଶତ ହେବ । କହିରଖିବା ଉଚିତ ହେବକି ଭାରତରେ ଗତ ଅଗଷ୍ଟ ମାସରେ ୩୦ଲକ୍ଷ କରୋନା ସଂକ୍ରମିତ ସଂଖ୍ୟା ପାର ହୋଇଥିବା ବେଳେ ସେପ୍ଟେମ୍ବରରେ ଏହି ସଂଖ୍ୟା ୪୦ ଲକ୍ଷ ଟପି ଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.