ମଇରୁ ମାସକୁ ପ୍ରସ୍ତୁତ ହେବ ୨୦ ଲକ୍ଷ ମେଡ ଇନ ଇଣ୍ଡିଆ ଟେଷ୍ଟିଂ କିଟ୍‌ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

କରୋନା ଭାଇରସକୁ ରୋକିବା ପାଇଁ ସମଗ୍ର ବିଶ୍ୱରେ ଦୁଇ ପ୍ରକାର ଉପାୟ ଆପଣାଯାଉଛି। ଗୋଟେ ଲକ୍‌ଡାଉନ ଏବଂ ଅନ୍ୟଟି ଟେଷ୍ଟିଂ। କିନ୍ତୁ ଲକ୍‌ଡାଉନ କରି ଭାରତରେ କରୋନା ସ୍ଥିତିକୁ ନିୟନ୍ତ୍ରିତ କରାଯାଇପାରିଛି। ଲକଡାଉନ କରି ଯେପରି ଭାରତ କରୋନା ସ୍ଥିତିକୁ ନିୟନ୍ତ୍ରିତ କରିପାରିଛି ସେହିପରି ଏବେ ଟେଷ୍ଟିଂ କରି ମଧ୍ୟ କରୋନାକୁ ମୂଳପୋଛ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ମଇ ମାସରୁ ଭାରତ ୨୦ ଲକ୍ଷ କରୋନା ଟେଷ୍ଟିଂ କିଟ୍‌ ପ୍ରସ୍ତୁତ କରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

kit

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ମଇ ମାସରୁ ପ୍ରସ୍ତୁତ ହେବାକୁ ଥିବା ୨୦ ଲକ୍ଷ ଟେଷ୍ଟିଂ କିଟ୍‌ ମଧ୍ୟରୁ ୧୦ ଲକ୍ଷ କିଟ୍‌ ରାପିଡ ଆଣ୍ଟିବଡି ରହିଥିବା ବେଳେ ଆଉ ୧୦ ଲକ୍ଷ ଆରଟି-ପିସିଆର କିଟ୍‌ ରହିବ। ଏହାଦ୍ୱାରା ଭାରତରେ କିଟସ ଆମଦାନୀ କରିବାର ବୋଝ କମ ହେବ। କିନ୍ତୁ ଭାରତରେ ପ୍ରତିମାସକୁ ୬ ହଜାର ଭେଣ୍ଟିଲେଟର ପ୍ରସ୍ତୁତ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଭାରତରେ ଆଗାମୀ ସମୟରେ ପିପିଇ, ଅକ୍ସିଜେନ ଡିଭାଇସ ଇତ୍ୟାଦି ମେକ ଇନ ଇଣ୍ଡିଆ ଯୋଜନାରେ ନିର୍ମାଣ କରାଯାଉଛି।

ଏହାଛଡା ଅନ୍ୟ ରାଜ୍ୟମାନଙ୍କ ସହିତ ମିଳିତ ଭାବେ କେନ୍ଦ୍ର ସରକାର କରୋନା ହସପିଟାଲ ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ ଯୋଜନା କରୁଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୧୯୧୯ଟି କରୋନା ହସପିଟାଲ ରହିଛି। ଯେଉଁଥିରେ୧,୭୩,୭୪୬ ଆଇସୋଲେସନ ଓ୍ଵାର୍ଡ, ୨୧,୮୦୬ ଆଇସିୟୁ ବେଡ ମଧ୍ୟ ରହିଛି। ସୂଚନାଯୋଗ୍ୟ, ଚୀନରୁ ୫ ଲକ୍ଷ ରାପିଡ କିଟସ୍‌ ଭାରତକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.