କରୋନାକୁ ନେଇ ଭ୍ରାନ୍ତ ସୂଚନା ଦେବାରେ ଭାରତ ଥିଲା ସବୁଠୁ ଆଗରେ, ସୋସିଆଲ ମିଡିଆ ହୋଇଥିଲା ମାଧ୍ୟମ; ଅଧ୍ୟୟନରୁ ହେଲା ଖୁଲାସା

କରୋନା ମହାମାରୀକୁ ନେଇ ସୋସିଆଲ ମିଡିଆରେ ଭ୍ରାନ୍ତ ସୂଚନା ଦେବାରେ ଭାରତ ସବୁଠାରୁ ଆଗରେ ଅଛି। ଏକ ନୂଆ ଅଧ୍ୟୟନରୁ ଏହାର ଖୁଲାସା ହୋଇଛି। ଅଧ୍ୟୟନରେ କୁହାଯାଇଛି କି, ଭାରତରେ ସବୁଠାରୁ ଅଧିକ ଇଣ୍ଟରନେଟ୍‌ ବ୍ୟବହୃତ ହେବା ଏବଂ ଇଣ୍ଟରନେଟ୍‌ ସାକ୍ଷରତାର ଅଭାବ କାରଣରୁ କୋଭିଡ୍‌-୧୯କୁ ନେଇ ଏଠାରେ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଭୁଲ୍‌ ସୂଚନା ପୋଷ୍ଟ କରାଯାଇଛି।

‘Prevalence and Source Analysis of Covid-19’ ନାମରେ ଏହି ଅଧ୍ୟୟନ ୧୩୮ ଦେଶରେ କରାଯାଇଥିଲା। ଷ୍ଟଡିକୁ SAGEର International Federation of Library Associations and Institutions ଜର୍ନାଲରେ ଛପା ଯାଇଛି। ୧୩୮ ଦେଶରେ ସେୟାର କରାଯାଇଥିବା ୯ ହଜାର ୬୫୭ ଭ୍ରାନ୍ତ ସୂଚନା ଆଧାର ଉପରେ ଏହି ଅଧ୍ୟୟନ କରାଯାଇଥିଲା। ଏହାକୁ ୯୪ ସଙ୍ଗଠନ ଫ୍ୟାକ୍ଟ ଚେକ୍‌ କରିଥିଲେ, ଯେପରି ଅଲଗା ଅଲଗା ଦେଶରୁ ଆସିଥିବା ଭ୍ରାନ୍ତ ସୂଚନାର ସୋର୍ସକୁ ପତ୍ତା ଲଗାଯାଇ ପାରିବ।

ଏ ସମସ୍ତ ଦେଶ ମଧ୍ୟରୁ ଭାରତରେ ସବୁଠାରୁ ଅଧିକ ୧୮.୦୭ ପ୍ରତିଶତ ଭ୍ରାନ୍ତ ସୂଚନା ସେୟାର କରାଯାଇଛି। ଏହାଛଡ଼ା ଭାରତ ସେହି ୪ ଦେଶ ମଧ୍ୟରେ ସାମିଲ ଅଛି, ଯେଉଁଠି ଭ୍ରାନ୍ତ ସୂଚନା ଲୋକଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିଥିଲା। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛି ଆମେରିକା। ଅଧ୍ୟୟନ ମୁତାବକ, ସୋସିଆଲ ମିଡିଆ ଜରିଆରେ ସବୁଠାରୁ ଅଧିକ ୮୪.୯୪ ପ୍ରତିଶତ ନକଲି ସୂଚନା ଦିଆଯାଇଥାଏ। ଏହାଛଡ଼ା ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ତୁଳନାରେ କେବଳ ଫେସ୍‌ବୁକରେ ହିଁ ୬୬.୮୭ ପ୍ରତିଶତ ମିଥ୍ୟା ସୂଚନା ଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.