Below header

ତାଲିବାନ ସରକାର ଗଠନ ହେବା ପରେ କେତେ ଦରମା ପାଇବେ ସେଠାକାର ରାଷ୍ଟ୍ରମୁଖ୍ୟ ଓ ମନ୍ତ୍ରୀ, ଦେଖନ୍ତୁ ପୂରା ତାଲିକା

ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ଏବେ ସେଠାରେ ତାଲିବାନ୍‌ ରାଜ୍‌ ଚାଲିଛି। ତାଲିବାନ ଏବେ ଦେଶରେ ସରକାର ମଧ୍ୟ ଗଠନ କରିସାରିଲାଣି। ତାଲିବାନ ପକ୍ଷରୁ ୩୩ ସଦସ୍ୟଯୁକ୍ତ ସରକାର ଗଠନ କରାଯାଇଛି। ଏହି ସରକାରର ମୁଖ୍ୟ ପ୍ରଧାନମନ୍ତ୍ରୀ ହେବେ ଓ ଏହି ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ସ୍ତରର ମନ୍ତ୍ରୀ ଓ ଉପମନ୍ତ୍ରୀ ରହିବେ। ତେବେ ତାଲିବାନ ସରକାରରେ ଥିବା ମନ୍ତ୍ରୀମାନଙ୍କର ଦରମା କେତେ ଓ ସେମାନେ କି କି ସୁବିଧା ପାଇବେ ଏବେ ତା’ ଉପରେ ସମସ୍ତଙ୍କ ନଜର। ଆସନ୍ତୁ ଜାଣିବା ତାଲିବାନ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ମାସିକ ଦରମା କେତେ…

ପୂର୍ବରୁ ଆଫଗାନିସ୍ତାନର ମୁଖ୍ୟ ତଥା ରାଷ୍ଟ୍ରପତି ଥିବା ଅଶରଫ ଗନିଙ୍କ ଦରମା ଭାରତୀୟ ମୁଦ୍ରାରେ ୯.୮୩ ଲକ୍ଷ ଥିବା ବେଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ଦରମା ୧୦-୧୧ ଲକ୍ଷ ପାଖାପାଖି ହେବ ବୋଲି କୁହାଯାଉଛି। ସେହିପରି ସେଠାରେ ଉପରାଷ୍ଟ୍ରପତିଙ୍କ ଦରମା ୮.୧୯ ଲକ୍ଷ ଥିଲା। ଏଣୁ ବର୍ତ୍ତମାନର ଉପପ୍ରଧାନମନ୍ତ୍ରୀଙ୍କ ଦରମା ମଧ୍ୟ ୭-୮ ଲକ୍ଷ ଟଙ୍କା ରହିବ।

ଆଫଗାନିସ୍ତାନର ମନ୍ତ୍ରୀମଣ୍ଡଳରେ ଥିବା ମନ୍ତ୍ରୀଙ୍କ ଦରମା ପୂର୍ବରୁ ୨ ଲକ୍ଷ ଥିବା ବେଳେ ସେମାନଙ୍କୁ ଘର ସହ କାର, ସୁରକ୍ଷା, ଫୋନ୍‌ ଓ ଅଫିସର ସୁବିଧା ମିଳୁଥିଲା। ଏଣୁ ଏବେ ବି ତାଲିବାନ ସରକାରରେ ଥିବା ମନ୍ତ୍ରୀଙ୍କୁ ଏସବୁ ସୁବିଧା ମିଳିବ ବୋଲି କୁହାଯାଉଛି। କିନ୍ତୁ ସରକାରରେ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରକୃତରେ କି କି ସୁବିଧା ଓ କେତେ ବେତନ ମିଳିବ ସେ ନେଇ ତାଲିବାନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.