ମିସେସ୍‌ ବାଇଡେନ୍‌ଙ୍କ ନୀତି ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ମୂଳ ଭାରତୀୟ ବାସିନ୍ଦା ମାଲା ଅଡିଗା, ଓବାମାଙ୍କ ସହ ବି କରିଛନ୍ତି କାମ

ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଟିମ୍‌ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ମାଲା ଅଡିଗାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିଛି। ମାଲା ଅଡିଗାଙ୍କୁ ବାଇଡେନ୍‌ ନିଜ ପତ୍ନୀ ଜିଲ ବାଇଡେନ୍‌ଙ୍କ ନୀତି ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ଜିଲ୍‌ ଆମେରିକାର ପ୍ରଥମ ମହିଳା ପଦରେ ଅଧିଷ୍ଠିତ ହେବା ପରେ ମାଲା ତାଙ୍କ ନୀତି ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିବେ।

ପୂର୍ବରୁ ଅଡିଗା ଜିଲ୍‌ଙ୍କର ଜଣେ ବରିଷ୍ଠ ପରାମର୍ଶଦାତା ଓ ବାଇଡେନ୍‌-କମଲା ହାରିସ୍‌ ଅଭିଯାନର ବରିଷ୍ଠ ନୀତି ପରାମର୍ଶଦାତା ଭାବେ କାମ କରି ସାରିଛନ୍ତି। ତା’ପୂର୍ବରୁ ଅଡିଗା ବାଇଡେନ୍‌ ଫାଉଣ୍ଡେସନ୍‌ରେ ଉଚ୍ଚ ଶିକ୍ଷା ଓ ସୈନ୍ୟ ପରିବାର ପାଇଁ ନିର୍ଦ୍ଦେଶକ ଭାବେ କାମ କରିଥିଲେ।

ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ରାଷ୍ଟ୍ରପତିତ୍ୱ ବେଳେ ମଧ୍ୟ ୨୦୦୮ରେ ଅଡିଗା ତାଙ୍କ ସହ କାମ କରିଛନ୍ତି। ସେତେବେଳେ ଅଡିଗା ଶିକ୍ଷା ଓ ସାଂସ୍କୃତିକ ମାମଲାର ବ୍ୟୁରୋରେ ଶିକ୍ଷଣୀୟ କାର୍ଯ୍ୟକ୍ରମ ପାଇଁ ରାଜ୍ୟର ଉପ ସହାୟକ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଏଥିସହ ବିଶ୍ୱସ୍ତରୀୟ ମହିଳାଙ୍କ ଅଧିକାର କାର୍ଯ୍ୟାଳୟର ସଚିବ ଭାବେ କର୍ମଚାରୀଙ୍କ ମୁଖ୍ୟ ଓ ରାଷ୍ଟ୍ରଦୂତର ବରିଷ୍ଠ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ଜାତୀୟ ସୁରକ୍ଷା କର୍ମଚାରୀଙ୍କ ମାନବାଧିକାର ସଂସ୍ଥାର ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.