ଶହୀଦ ଯବାନଙ୍କ ମରଶରୀରକୁ କାନ୍ଧ ଦେଲେ ବୃଦ୍ଧା ମା, ୭ ମାସର ପୁଅ ଦେଲା ମୁଖାଗ୍ନି

ସବୁବେଳେ ମା’ ଚାହେଁ ମୃତ୍ୟୁ ପରେ ପୁଅ କାନ୍ଧରେ ଯାଉ। କିନ୍ତୁ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଏକ ଗାଁରେ। ଏଠାରେ ପୁଅର ମରଶରୀରକୁ କାନ୍ଧ ଦେଇଛନ୍ତି ଜଣେ ବୃଦ୍ଧା ମା’। ଜାମୁ  କଶ୍ମୀରର ଶ୍ରୀନଗର ପାଖରେ ମାଛିଲ ସେକ୍ଟରରେ ଜଗି ରହିଥିବା ପଞ୍ଜାବର ବଟାଲା ଗ୍ରାମର ପବ୍ବାରାଲୀକଲା ନିବାସୀ ରାଜିନ୍ଦର ସିଂ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ଶହୀଦ ହୋଇଛନ୍ତି। ଶହୀଦ ହେବା ପରେ ରାଜିନ୍ଦରଙ୍କ ପାର୍ଥିବ ଶରୀର ଗାଁକୁ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। 

ଶହୀଦଙ୍କ ମା ପଲବିନ୍ଦର କୌର ନିଜ ପୁଅର ମରଶରୀରକୁ କାନ୍ଧ ଦେଇଥିଲେ। ଶହିଦଙ୍କ ମରଶରୀରକୁ ତାଙ୍କ ସାତ ମାସର ପୁଅ ଗୁରନୁର ସିଂ ଏବଂ ଭାଇ ଦଲବିନ୍ଦର ସିଂ ମୁଖାଗ୍ନି ଦେଇଥିଲେ। ଶହୀଦ ରାଜନ୍ଦିର ସିଂଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସମ୍ମାନ ସହିତ କରାଯାଇଥିଲା।କ୍ୟାବିନେଟ ମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧୱା ଶହୀଦଙ୍କ ପରିବାରକୁ ସ୍ବାନ୍ତନା ଦେଇଥିଲେ। ଏହାସହ ପଞ୍ଜାବ ସରକାରଙ୍କ ପକ୍ଷରୁ ୧୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ରାଜିନ୍ଦର ଦେଶ ପାଇଁ ଜୀବନ ଦେଇଥିବାରୁ ତାଙ୍କ ମା ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ସୂଚନା ମୁତାବକ, ରାଜିନ୍ଦର ସିଂ ଚାରିବର୍ଷ ପୂର୍ବେ ରାଷ୍ଟ୍ରୀୟ ରାଇଫଲ ୫୭ ଆରଆରରେ ଭର୍ତ୍ତି ହୋଇଥିଲେ। ତାଙ୍କ ବିବାହ ଦେଢବର୍ଷ ପୂର୍ବେ ହୋଇଥିଲା ଏବଂ ତାଙ୍କ ୭ ମାସର ପୁଅଟିଏ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.