ଖଲିସ୍ତାନୀ ବିରୋଧରେ ଭାରତ ସରକାରଙ୍କ ବଡ ପଦକ୍ଷେପ, OCI କାର୍ଡ ହେବ ରଦ୍ଦ, ଭାରତରେ ପ୍ରବେଶ ନିଷେଧ

ଭାରତ ସରକାର ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆରେ ଥିବା ସମସ୍ତ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଚିହ୍ନଟ କରି ଓସିଆଇ କାର୍ଡ ରଦ୍ଦ କରିବା ସହିତ ଭାରତରେ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭାରତରେ ଥିବା ସେମାନଙ୍କ ସଂପତ୍ତି ଏବଂ ଶୁଭଚିନ୍ତକଙ୍କ ସଂପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିବା ପାଇଁ ମଧ୍ୟ କୁହାଯାଇଛି ।

ଖଲିସ୍ତାନୀଙ୍କ ବିରୋଧରେ ଭାରତ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଭାରତ ସରକାର ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆରେ ଥିବା ସମସ୍ତ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଚିହ୍ନଟ କରି ଓସିଆଇ କାର୍ଡ ରଦ୍ଦ କରିବା ସହିତ ଭାରତରେ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭାରତରେ ଥିବା ସେମାନଙ୍କ ସଂପତ୍ତି ଏବଂ ଶୁଭଚିନ୍ତକଙ୍କ ସଂପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିବା ପାଇଁ ମଧ୍ୟ କୁହାଯାଇଛି ।

ଏହା ଭାରତ ସରକାରଙ୍କ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ । ବିଦେଶରେ ବସି ଖଲିସ୍ତାନୀ ସମର୍ଥକ ନିଜର ଏଜେଣ୍ଡା ଚଲାଉଛନ୍ତି । ଜବରଦସ୍ତ ଚାନ୍ଦା ଆଦାୟ ଏବଂ ଅବୈଧ ମଦ କାରବାର କରି ପଇସା ରୋଜଗାର କରୁଛନ୍ତି । ଏମାନଙ୍କ ପାଖରେ OCI କାର୍ଡ ରହିଥିବାରୁ ଭାରତ ଯିବା ଆସିବା ପାଇଁ କୌଣସି ପ୍ରତିବନ୍ଧକ ଲାଗିନଥାଏ । ତେଣୁ ସରକାର ଏହି କାର୍ଡ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭିସା ରଦ୍ଦ ହେଲେ ମଧ୍ୟ ଏହି କାର୍ଡ ଜରିରେ ଖଲିସ୍ତାନୀ ଆତଙ୍କୀ ଭାରତକୁ ଏଣ୍ଟ୍ରି କରିପାରିନ୍ତି । ଆଉ ଏହି କାର୍ଡ ରଦ୍ଦହୋଇଗଲେ, ସେମାନେ ଭାରତରେ ବୈଧ ଭାବେ ପ୍ରବେଶ କରିପାରିବେ ନାହିଁ । ସରକାର ଦୁଇ ଦିନ ତଳୁ କାନାଡାରେ ଭିସା ସର୍ଭିସକୁ ଅନିଶ୍ଚିତକାଳ ପାଇଁ ପ୍ରତିବନ୍ଧ ଲଗାଇଦେଇଛନ୍ତି । ଏବେ ଏମାନେ ଭାରତରେ ପ୍ରବେଶ କରିବା ଅସମ୍ଭବ । ଯଦି ସେମାନେ ଭିସା ପାଇଁ ଆବେଦନ କରନ୍ତି, ତେବେ ଭିସା ମିଳିବ ନାହିଁ ଆଉ ଯଦି କାର୍ଡଜରିଆରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି, ତେବେ କାର୍ଡ ମଧ୍ୟ ରଦ୍ଦ କରାଯିବ ।

ସୂଚନାଯୋଗ୍ୟ, ଗତକାଲି ଏନଆଇଏ ଶିଖ ଫର ଜଷ୍ଟିସ ନେତା ଗୁରପନ୍ତବନ୍ତ ସିଂଙ୍କ ବିପକ୍ଷରେ ବଡ କାର୍ଯ୍ୟାନୁଷ୍ଠାନ ନେଇଥିଲା । ତାଙ୍କର ଚଣ୍ଡୀଗଡ ଏବଂ ଅମୃତସରରେ ଥିବା ସମସ୍ତ ସମ୍ପତ୍ତି ଜବତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.