CBI ଚାର୍ଜଫ୍ରେମକୁ ନେଇ ମୁହଁ ଖୋଲିଲେ ପ୍ରଭାତ ବିଶ୍ୱାଳ, କହିଲେ ଠକେଇ ଓ ଷଡଯନ୍ତ୍ର ଭଳି ଦଫାର କିଛି ସତ୍ୟତା ନାହିଁ

CBI ଚାର୍ଜଫ୍ରେମ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ । କହିଛନ୍ତି ରାଜନୈତିକ କ୍ୟାରିୟରରେ କୌଣସି ପ୍ରଭାବ ପଡ଼ିବନି । ତେବେ ଶୁଣାଣି ଶେଷ ନହେବା ଯାଏ ଭୋଟ ରାଜନୀତିରେ ଅଂଶଗ୍ରହଣ କରିବିନି । ଚାର୍ଜଫ୍ରେମରେ ଠକେଇ ଷଡ଼ଯନ୍ତ୍ର ଦଫା ଲାଗିଛି । କିନ୍ତୁ ଏଥିରେ ସତ୍ୟତା ନାହିଁ ।

ଭୁବନେଶ୍ୱର (କେନ୍ୟୁଜ): CBI ଚାର୍ଜଫ୍ରେମ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ । କହିଛନ୍ତି ରାଜନୈତିକ କ୍ୟାରିୟରରେ କୌଣସି ପ୍ରଭାବ ପଡ଼ିବନି । ତେବେ ଶୁଣାଣି ଶେଷ ନହେବା ଯାଏ ଭୋଟ ରାଜନୀତିରେ ଅଂଶଗ୍ରହଣ କରିବିନି । ଚାର୍ଜଫ୍ରେମରେ ଠକେଇ ଷଡ଼ଯନ୍ତ୍ର ଦଫା ଲାଗିଛି । କିନ୍ତୁ ଏଥିରେ ସତ୍ୟତା ନାହିଁ ।

୨୦୧୮ରେ ମାମଲା ରଦ୍ଦ ପାଇଁ ହାଇକୋର୍ଟରେ ପ୍ରଭାତ ଆବେଦନ କରିଥିଲେ । ୨ ମାସ ଭିତରେ ଚାର୍ଜଫ୍ରେମ ପାଇଁ CBIକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ୨ ମାସ ପରେ ଏବେ CBI ଚାର୍ଜଫ୍ରେମ କରିଛି । କୋର୍ଟରେ ବିଚାରରେ ଅଭିଯୋଗର ସତ୍ୟତା କେତେ ତାହା ଜଣାପଡିବ । ଧର୍ମର ଜୟ ହେବ ବୋଲି ପ୍ରଭାତ ବିଶ୍ବାଳ ଆଶାବ୍ୟକ୍ତ କରିଛନ୍ତି ।

ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗତକାଲି ସିବିଆଇ ପକ୍ଷରୁ ଚାର୍ଜଫ୍ରେମ କରାଯାଇଛି । ମାମଲାର ୯ ବର୍ଷ ପରେ ସିବିଆଇ ଚାର୍ଜଫ୍ରେମ କରିଛି । ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ ୱାନ୍ କୋର୍ଟରେ ଚାର୍ଜଫ୍ରେମ୍ କରିଛି ସିବିଆଇ । କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ସିବିଆଇ ପକ୍ଷରୁ ଚାର୍ଜଫ୍ରେମ୍ କରାଯାଇଛି । ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଛି । ୪୪ଟି ଚିଟ୍ଫଣ୍ଡ ସଂସ୍ଥା ବିରୋଧରେ ସିବିଆଇ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.