ଚିକିତ୍ସା ଅବହେଳାରୁ ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଡ଼ାଜଳା

ଯାଜପୁର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା। ଚିକିତ୍ସା ଅବହେଳରୁ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ହସ୍ପିଟାଲରେ ପୋଡାଜଳା, ଭଙ୍ଗାରୁଜା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଲୋକେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଲୋକେ ।

ଯାଜପୁର (କେନ୍ୟୁଜ): ଯାଜପୁର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା। ଚିକିତ୍ସା ଅବହେଳରୁ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ହସ୍ପିଟାଲରେ ପୋଡାଜଳା, ଭଙ୍ଗାରୁଜା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଲୋକେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଲୋକେ ।

ସୂଚନା ଅନୁଯାୟୀ ବରୀ ବ୍ଲକ ଅଲିପୂର୍ ପଞ୍ଚାୟତର ବିରଞ୍ଚି ଗେଡିଙ୍କ ଝିଅ ଅର୍ପିତା ଗେଡିଙ୍କୁ ଜର ହୋଇଥିଲା। ତାଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଆଣିଥିଲେ ମାତ୍ର ଦାୟୀତ୍ୱରେ ଥିବା ଆୟୁଷ ଡାକ୍ତର ଚିକିତ୍ସା ଅବହେଳା କରିଥିବା ଯୋଗୁଁ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକେ ନ୍ୟାୟ ଦାବି କରି ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି। ଘଟଣାସ୍ଥଳରେ ବରୀ ପୋଲିସ, ଯାଜପୁର ସିଡିଏମଓ ଓ ବରୀ ତହସିଲଦାର ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରୁଛନ୍ତି। ଏହି ଘଟଣାର ତଦନ୍ତ କରଯାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିଏମଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.