କ୍ୟାଟ୍ରିନା ଗର୍ଭବତୀ ଥିବା ଖବର ଗୁଜବ, ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବାରୁ ଲାଇମଲାଇଟରୁ ଗାଏବ

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କିଛିଦିନ ହେଲାଣି ଲାଇମଲାଇଟରୁ ଗାଏବ ରହିଛନ୍ତି । ତେଣୁ ଫ୍ୟାନ୍ସ କ୍ୟାଟ୍ରିନା ଗର୍ଭବତୀ ଥିବା ନେଇ ଚର୍ଚ୍ଚା କରୁଥିଲେ । କିନ୍ତୁ କ୍ୟାଟ୍ରିନା ଗର୍ଭବତୀ ଥିବା ଚର୍ଚ୍ଚା ସଂପୂର୍ଣ୍ଣ ଭାବେ ଗୁଜବ ବୋଲି ଖବର ମିଳିଛି ।

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କିଛିଦିନ ହେଲାଣି ଲାଇମଲାଇଟରୁ ଦୂରେଇ ରହିଛନ୍ତି । କ୍ୟାଟ୍ରିନା କିଛିଦିନ ଲାଇମଲାଇଟରୁ ଦୂରେଇ ରହିବାରୁ ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏହି ଚର୍ଚ୍ଚାରେ ବ୍ରେକ ଲଗାଇଛନ୍ତି କ୍ୟାଟ୍ରିନା ।

ଖବର ମୁତାବକ, କ୍ୟାଟ୍ରିନା ନିଜ ଅପକମିଂ ପ୍ରୋଜେକ୍ଟ ପାଇଁ କାମରେ ବ୍ୟସ୍ତ ରହିଛନ୍ତି । କ୍ୟାଟ୍ରିନା ଗର୍ଭବତୀ ନେଇ ହେଉଥିବା ଚର୍ଚ୍ଚା ସଂପୂର୍ଣ୍ଣ ଗୁଜବ । ଗତ ସପ୍ତାହରେ ବିକ୍କି ଏକୁଟିଆ ଅମ୍ବାନୀଙ୍କ ସମାରୋହରେ ପହଞ୍ଚିଥିଲେ । ଏହା ଦେଖି ଫ୍ୟାନ୍ସ ନିରାଶ ହୋଇଥିଲେ । ବିକ୍କିଙ୍କୁ ଏକୁଟିଆ ଦେଖି କ୍ୟାଟ୍ରିନା ଗର୍ଭବତୀ ଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଖବର କୌଣସି ସତ୍ୟତା ନାହିଁ । ଅପକମିଂ ପ୍ରୋଜେକ୍ଟରେ କ୍ୟାଟ୍ରିନା ବ୍ୟସ୍ତ ଥିବା ଜଣାପଡିଛି । କାମ ଯୋଗୁଁ ବାହାରେ ରହୁଛନ୍ତି । ତେଣୁ ଲାଇମଲାଇଟରୁ ଦୂରେଇ ରହୁଛନ୍ତି ।

୧୫ ଦିନ ପୂର୍ବରୁ କ୍ୟାଟ୍ରିନା ଏକ ବ୍ୟବସାୟିକ ବିଜ୍ଞାପନ ସୁଟିଂ କରୁଥିଲେ । ଗଣେଶ ଉତ୍ସବ ଆରମ୍ଭ ହେବା ପୂର୍ବରୁ କ୍ୟାଟ୍ରିନା ଫିଲ୍ମର ସୁଟିଂରେ ବ୍ୟସ୍ତ ରହିଛନ୍ତି । କ୍ୟାଟ୍ରିନା ଖୁବଶୀଘ୍ର ‘ଏକ ଥା ଟାଇଗର’ ଫ୍ରାଞ୍ଚାଇଜର ତୃତୀୟ ଫିଲ୍ମରେ ନଜର ଆସିବେ । ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ରହିବେ । ଏହାଛଡା କ୍ୟାଟ୍ରିନା ଫିଲ୍ମ ‘ମେରୀ କ୍ରିସମାସ’ର ସୁଟିଂରେ ମଧ୍ୟ ବ୍ୟସ୍ତ ରହିଛନ୍ତି ।

ସୂଚନାଯୋଗ୍ୟ, କ୍ୟାଟ୍ରିନା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହୋଇସାରିଛି । କିନ୍ତୁ ଦୁହିଁଙ୍କର ଏବେ ବେବି ପ୍ଲାନିଂ ନାହିଁ । ଦୁହେଁ ଏବେ କାମରେ ବ୍ୟସ୍ତ ରହିଛନ୍ତି । ବିକ୍କି ଏବଂ କ୍ୟାଟ୍ରିନା ୯ ଡିସେମ୍ବର ୨୦୨୧ରେ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.