ଦୁବାଇରେ ଭାରତୀୟ ବ୍ୟକ୍ତି ଲଟେରୀରେ ଜିତିଲେ ୪୫ କୋଟି ଟଙ୍କା, ଭାରତରେ ଘର କିଣିବାକୁ ଯୋଜନା
୪୫ କୋଟି ଟଙ୍କା ଲଟେରୀ ଜିତିବାର ଖବର ଶୁଣି ଶ୍ରୀଜୁ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ବର୍ତ୍ତମାନ ୪୫ କୋଟି ଟଙ୍କା ଜିତି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଲଟେରୀରେ କୋଟି କୋଟି ଟଙ୍କା ଜିତିବା ପରେ ଶ୍ରୀଜୁ ଏବେ ଭାରତରେ ଘର କିଣିବାକୁ ଯୋଜନା କରୁଛନ୍ତି।

ଗତ କିଛି ଦିନ ମଧ୍ୟରେ ୟୁଏଇର ବିଭିନ୍ନ ସହରରେ କାମ କରୁଥିବା ଅତି କମ୍ରେ ୫ ଜଣ ଭାରତୀୟଙ୍କ ଭାଗ୍ୟର ତାଲା ଖୋଲିଛି। କିଛି ଜଣ ଲକି ଡ୍ର ଜିତିଥିବା ବେଳେ ଆଉ କିଛି ଜଣଙ୍କର ଭଲ ଲଟେରୀ ଲାଗିଛି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଏବେ ଖୁବ୍ ଚର୍ଚ୍ଚାରେ। ବ୍ୟକ୍ତି ଜଣକ ତୈଳ ଏବଂ ଗ୍ୟାସ୍ ଇଣ୍ଡଷ୍ଟ୍ରୀରେ କଣ୍ଟ୍ରୋଲ ରୁମ ଅପରେଟର ଭାବରେ କାର୍ଯ୍ୟ କରନ୍ତି। ଏହି ବ୍ୟକ୍ତି ୪୫ କୋଟି ଟଙ୍କା ଲଟେରୀ ଜିତିଛନ୍ତି।
କହି ରଖୁଛୁ, ୟୁଏଇରେ ବହୁ ସଂଖ୍ୟକ ଭାରତୀୟ ଟଙ୍କା ବିନିଯୋଗ କରନ୍ତି। ଗତ କିଛି ବର୍ଷ ମଧ୍ୟରେ ଅନେକ ଭାରତୀୟଙ୍କର ଲଟେରୀ ଲାଗିଥିବା ବେଳେ ଏଥିରେ ସେମାନେ ବହୁ ପରିମାଣର ଟଙ୍କା ମଧ୍ୟ ଜିତିଛନ୍ତି।
‘ମହଜୁଜ୍ ସଟର୍ଡେ ମିଲିୟନ୍ସ ଡ୍ର’ରେ ୧୫୪ତମ ଲଟେରୀ ଟଙ୍କା କଣ୍ଟ୍ରୋଲ ରୁମ୍ ଅପରେଟର ଶ୍ରୀଜୁଙ୍କ ନାମରେ ଘୋଷଣା କରାଯାଇଥିଲା। ସେ ପାଖାପାଖି ୪୫ କୋଟି ଟଙ୍କା ଲଟେରୀ ଜିତିଥିଲେ। ଗତ ୧୧ ବର୍ଷ ଧରି ଶ୍ରୀଜୁ ପୂଜାଇରାହରେ କାମ କରିଆସୁଛନ୍ତି। ଯେତେବେଳେ ସେ ଲକି ଡ୍ର ଜିତିବାର ଖବର ପାଇଲେ, ସେହି ସମୟରେ ସେ କାର୍ଯ୍ୟ କରୁଥିଲେ।