ଭାରତୀୟ ନୌସେନାକୁ ସଫଳତା : ଅପହୃତ ଏମଭି ରୁଏନ ଜାହାଜ ଉଦ୍ଧାର, ଜଳଦସ୍ୟୁଙ୍କ କବଳରୁ ମୁକୁଳିଲେ ୧୭ ଲୋକ

ଅପହୃତ ଏମଭି ରୁଏନ ଜାହାଜରୁ ୧୭ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା । ୪୦ ଘଣ୍ଟାର ଅପରେସନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ । ଭାରତୀୟ ତଟରୁ ପ୍ରାୟ ୧୪ଶହ ନଟିକାଲ ମାଇଲ ଦୂରରେ ଅପରେସନ କରିଥିଲା ଆଇଏନଏସ କୋଲକାତା ।

ଭାରତୀୟ ନୌସେନାକୁ ଆରବ ସାଗରେ ସଫଳତା ମିଳିଛି । ଅପହୃତ ଏମଭି ରୁଏନ ଜାହାଜରୁ ୧୭ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା । ୪୦ ଘଣ୍ଟାର ଅପରେସନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ । ଭାରତୀୟ ତଟରୁ ପ୍ରାୟ ୧୪ଶହ ନଟିକାଲ ମାଇଲ ଦୂରରେ ଅପରେସନ କରିଥିଲା ଆଇଏନଏସ କୋଲକାତା । ଜାହାଜରେ ଥିଲେ ୩୫ ଜଳ ଦସ୍ୟୁ । ସମସ୍ତେ ଆତ୍ମସମର୍ପଣ କରିଛନ୍ତି । ଅପରେସନରେ ସାମିଲ ଥିଲା ହେଲିକପ୍ଟର ।

ପ୍ରଥମେ ଏମଭି ରୁଏନ ଠାବ ହେବା ବେଳେ ଏହି ଜାହାଜରୁ ନୌସେନା ଜାହାଜ ଉପରୁକୁ ଗୁଳିମାଡ଼ କରିଥିଲେ ଜଳଦସ୍ୟୁ । ଗତବର୍ଷ ଡିସେମ୍ବର ୧୪ ତାରିଖରେ ଏମଭି ରୁଏନ ଜାହାଜକୁ ଅପହରଣ କରି ନେଇଥିଲେ ସୋମାଲିଆ ଜଳଦସ୍ୟୁ । ଏହି ଜାହାଜକୁ ବ୍ୟବହାର କରି ଅନ୍ୟ ଜାହାଜ ଉପରେ ଆକ୍ରମଣ ଏବଂ ଅପହରଣ କରୁଥିଲେ । ଏମଭି ରୁଏନକୁ ଠାବ କରିବା ପରେ ମୁକ୍ତ କରିବାକୁ ୪୦ ଘଣ୍ଟାର ଅପରେସନ କରିଥିଲା ନୌସେନା । ନୌସେନା ଜାହାଜ, ଡ୍ରୋନ, ହେଲିକପ୍ଟର ଏବଂ ମେରାଇନ କମାଣ୍ଡୋ ସାମିଲ ହୋଇଥିଲା ।

ନୌସେନାର ପ୍ରବକ୍ତା ବିବେକ ମଧଓ୍ଵାଲ କହିଛନ୍ତି, ଆଇଏନଏସ କୋଲକତା ଗତ ୪୦ ଘଣ୍ଟାରେ କଠିନ ପରିଶ୍ରମ କରି ୩୫ ଜଳଦସ୍ୟୁକୁ ସଫଳତାପୂର୍ବକ ଘେରି ଯାଇଥିଲା ଏବଂ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା । ଏହାସହିତ ୧୭ ଜଣ ସଦସ୍ୟକୁ ସୁରକ୍ଷିତ ଉଦ୍ଧାର କରିଥିଲା । ଏଥିରେ ଜାହାଜରୁ ଅବୈଧ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ପ୍ରତିବନ୍ଧିତ ସାମଗ୍ରୀ ଜବତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.