ଆମେରିକାରେ ଧନୀ ଭାରତୀୟ ବଂଶୋଦ୍ଭବ ଦମ୍ପତି ଏବଂ ୧୮ ବର୍ଷୀୟା ଝିଅର ମୃତଦେହ ଉଦ୍ଧାର, ଘରୋଇ ହିଂସା ସନ୍ଦେହ

ଟିନା ଏବଂ ତାଙ୍କ ସ୍ୱାମୀ ରାକେଶ ଏକ ଏଜୁକେସନ ସିଷ୍ଟମ କମ୍ପାନୀ ଚଲାଉଥିଲେ । ଯାହା ଏବେ ବନ୍ଦ ହୋଇଯାଇଛି । ଦମ୍ପତି ଗତ କିଛିବର୍ଷ ହେଲାଣି ଆର୍ଥିକ ସ୍ଥିତି ଭଲ ନଥିଲା ବୋଲି ଅନଲାଇନ ରେକର୍ଡ କହୁଛି ।

ଆମେରିକାର ମାସାଚୁସେଟ୍ସ୍ ଭାରତୀୟ ବଂଶୋଦ୍ଭବ ଦମ୍ପତି ଏବଂ ଝିଅକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ମାମଲା ଘରୋଇ ହିଂସା ସହିତ ଜଡିତ ବୋଲି ଅନୁମାନ କରାଯାଉଛି । ମାସାଚୁସେଟ୍ସ ସ୍ଥିତ ୫ ନିୟୁତ ଡଲାର୍ ମୂଲ୍ୟର ବିଲିଡିଂରୁ ଏମାନଙ୍କ ମୃତଦେହ ଜବତ କରାଯାଇଛି ।

ନର୍ଫୋକ୍ ଡିଷ୍ଟ୍ରିକ୍ଟ୍ ଆଟର୍ଣ୍ଣି ମାଇକେଲ୍ ମୋରିସି କହିଛନ୍ତି, ୫୭ ବର୍ଷୀୟ ରାକେଶ କମଳ, ତାଙ୍କ ୫୪ ବର୍ଷୀୟ ସ୍ତ୍ରୀ ଟିନା ଓ ସେମାନଙ୍କର ୧୮ ବର୍ଷୀୟ କନ୍ୟା ଆରିଆନାର ଶବ ସନ୍ଧ୍ୟା ପ୍ରାୟ ୭.୩୦ରେ ଡୋବର୍ ବିଲିଡିଂରୁ ଉଦ୍ଧାର କରାଯାଇଛି । ସେମାନଙ୍କ ମୃତଦେହ ପାଖରୁ ବନ୍ଧୁକ ମିଳିଛି । ଦୁଇ ଦିନ ହେଲାଣି ସେମାନଙ୍କର କୌଣସି ଫୋନ କଲ୍‌ କିମ୍ବା ଯୋଗଯୋଗ ହୋଇନପାରିବାରୁ ସନ୍ଦେହ କରାଯାଉଥିଲା ।

ଟିନା ଏବଂ ତାଙ୍କ ସ୍ୱାମୀ ରାକେଶ ଏକ ଏଜୁକେସନ ସିଷ୍ଟମ କମ୍ପାନୀ ଚଲାଉଥିଲେ । ଯାହା ଏବେ ବନ୍ଦ ହୋଇଯାଇଛି । ଦମ୍ପତି ଗତ କିଛିବର୍ଷ ହେଲାଣି ଆର୍ଥିକ ସ୍ଥିତି ଭଲ ନଥିଲା ବୋଲି ଅନଲାଇନ ରେକର୍ଡ କହୁଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ମେଡିକାଲ ଯାଞ୍ଚ ଏବଂ ତଦନ୍ତ ପରେ ଜଣାପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.