ଶରୀର ପାଇଁ ବେଶ ହିତକର ଗଙ୍ଗଶିଉଳି, ରହିଛି ଅନେକ ସ୍ୱାସ୍ଥ୍ୟ ଲାଭ

ଗଙ୍ଗଶିଉଳି ଫୁଲର ବାସ୍ନା ବିଷୟରେ ତ ସମସ୍ତେ ଜାଣିଛନ୍ତି । କିନ୍ତୁ କ'ଣ ଆପଣ ଜାଣିଛନ୍ତି ଏହାର ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ଭରପୂର ରହିଛି । ଏହି ଫୁଲର ପତ୍ର ଓ ଗଛ ଆୟୁର୍ବେଦରେ ଡେଙ୍ଗୁ, ମ୍ୟାଲେରିଆ ଏବଂ ମିଳିମିଳା ଭଳି ଅନେକ ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ ।

ଗଙ୍ଗଶିଉଳି ଫୁଲର ବାସ୍ନା ବିଷୟରେ ତ ସମସ୍ତେ ଜାଣିଛନ୍ତି । ଏହି ଫୁଲ ରାତିରେ ଫୁଟିଥାଏ, ଯେଉଁଥିପାଇଁ ଏହାକୁ ରାତିର ରାଣୀ ମଧ୍ୟ କୁହାଯାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି ଏହାର ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ଭରପୂର ରହିଛି । ଏହି ଫୁଲର ପତ୍ର ଓ ଗଛ ଆୟୁର୍ବେଦରେ ଡେଙ୍ଗୁ, ମ୍ୟାଲେରିଆ ଏବଂ ମିଳିମିଳା ଭଳି ଅନେକ ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ । ଆସନ୍ତୁ ଜାଣିବା ଏହାର କାଢ଼ା ପିଇବାର ଫାଇଦା ବିଷୟରେ…

ସାମଗ୍ରୀ: ୨ ଗ୍ରାମ ଗଙ୍ଗଶିଉଳି ପତ୍ର, ୩ ଗ୍ରାମ୍ ଗଛର ଛାଲ ଏବଂ ୨ ରୁ ୩ଟି ତୁଳସୀ ପତ୍ର

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଗଙ୍ଗଶିଉଳି ପତ୍ର, ଗଛର ଛାଲକୁ ଭଲ ଭାବେ ଫୁଟାନ୍ତୁ । ତା’ପରେ ଦିନକୁ ଦୁଇଥର ଏହାକୁ ଛାଣି ପିଅନ୍ତୁ । ଏହି କାଢ଼ା ପିଇବା ଦ୍ୱାରା ଡେଙ୍ଗୁ, ମ୍ୟାଲେରିଆ ଏବଂ ମିଳିମିଳା ଭଳି ରୋଗରୁ ମୁକ୍ତି ମିଳିଥାଏ ।

ଅନ୍ୟାନ୍ୟ ଲାଭ:
-ଗଙ୍ଗଶିଉଳି ଫୁଲରୁ ପ୍ରସ୍ତୁତ କାଢ଼ା ଥଣ୍ଡା ଏବଂ କାଶରୁ ମୁକ୍ତି ଦେଇଥାଏ । ଏଥିରେ ଥିବା ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବାରେ ସହାୟକ ହୋଇଥାଏ ।
-ଏହା ହଜମ ଶକ୍ତିକୁ ମଜବୁତ କରେ । ଏହା ଗ୍ୟାସ୍ ସମସ୍ୟା ଓ ଆର୍ଥ୍ରାଇଟିସ ପାଇଁ ମଧ୍ୟ ଖୁବ ପ୍ରଭାବଶାଳୀ ।
-ଏହି କାଢ଼ା ପିଇବା ଦ୍ୱାରା ଷ୍ଟ୍ରେସ ମଧ୍ୟ ଦୂର ହୋଇଥାଏ । ଏହା ଆରୋମାଥେରାପିରେ ବ୍ୟବହୃତ ହୁଏ । କାରଣ ଏହାର ଫୁଲର ସୁଗନ୍ଧ ମନକୁ ଶାନ୍ତି ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.