Below header

ପୁରୀରେ ଉଠା ଦୋକାନୀଙ୍କ ପାଇଁ ହେବ ବିଶ୍ଵସ୍ତରୀୟ ଭେଣ୍ଡିଂ ଜୋନ

ପୁରୀରେ ଉଠା ଦୋକାନୀଙ୍କ ପାଇଁ ହେବ ବିଶ୍ଵସ୍ତରୀୟ ଭେଣ୍ଡିଂ ଜୋନ। ଏହା ସମଗ୍ର ଦେଶରେ ମଡେଲ ହେବ । ବଡ଼ଦାଣ୍ଡ ସମ୍ପ୍ରସାରଣ ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ  ଉଠାଯାଇଛି।ଶ୍ରୀସେତୁ ତଳେ ଉଠା ଦୋକାନୀଙ୍କୁ ଥଇଥାନ ସହ ବିଶ୍ଵସ୍ତରୀୟ ଭେଣ୍ଡିଂ ଜୋନ ହେବ ।

ପୁରୀରେ ଉଠା ଦୋକାନୀଙ୍କ ପାଇଁ ହେବ ବିଶ୍ଵସ୍ତରୀୟ ଭେଣ୍ଡିଂ ଜୋନ। ଏହା ସମଗ୍ର ଦେଶରେ ମଡେଲ ହେବ । ବଡ଼ଦାଣ୍ଡ ସମ୍ପ୍ରସାରଣ ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ  ଉଠାଯାଇଛି।ଶ୍ରୀସେତୁ ତଳେ ଉଠା ଦୋକାନୀଙ୍କୁ ଥଇଥାନ ସହ ବିଶ୍ଵସ୍ତରୀୟ ଭେଣ୍ଡିଂ ଜୋନ ହେବ । ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଏହି ସୂଚନା ଦେଇଛନ୍ତି। ପୁରୀ ବଡଦାଣ୍ଡରୁ ହଟିଛନ୍ତି ରାସ୍ତା କଡରେ ବେପାର କରି ଗୁଜୁରାଣ ମେଣ୍ଟାଇ ପରିବାର ପ୍ରତିପୋଷଣ କରୁଥିବା ସମସ୍ତ ଉଠାଦୋକାନୀ।

ଏନେଇ ପ୍ରାଥମିକ ଭାବରେ ମରଚିକୋଟ ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନୀମାନଙ୍କୁ ଉଠାଇବା ପରେ ମରଚିକୋଟ ଛକଠାରୁ ମାର୍କେଟଛକ ଓ ପରେ ମାର୍କେଟଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନୀମାନଙ୍କୁ ଉଠାଇ ଦିଆଯାଇଛି ।  ତେବେ ବିସ୍ଥାପିତ ଉଠାଦୋକାନୀମାନଙ୍କ ସମସ୍ୟା ସମାଧାନ ପାଇଁ ଆଜି ବିଜେପି ତରଫରୁ ଜିଲ୍ଲାପାଳଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଜିଲ୍ଲାପାଳଙ୍କ ସହ ଉଠାଦୋକାନୀମାନେ ଭୋଗୁଥିବା ନାନାଦି ଅସୁବିଧା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

ସେପଟେ ସମସ୍ତ ଉଠାଦୋକାନୀମାନଙ୍କୁ ଶ୍ରୀସେତୁ ତଳେ ଭେଣ୍ଡିଂ ଜୋନ୍ ଖୋଲି ବିସ୍ଥାପିତ କରାଯିବା ସହ ଏବେ ସେମାନଙ୍କୁ ମାସକୁ 15 ହଜାର ଟଙ୍କା ,,ସେମାନଙ୍କ ଜିନିଷପତ୍ର ସ୍ଥାନାନ୍ତର ପାଇଁ 5000 ଓ ଶ୍ରୀସେତୁ ତଳେ କିଓସ୍ଟ କରିବା ପାଇଁ 50ହଜାର ଟଙ୍କା ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ଯେଉଁ ପର୍ଯ୍ୟନ୍ତ ଉଠାଦୋକାନୀମାନେ ଥଇଥାନ୍ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କୁ ଏ ପ୍ୟାକେଜ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଅନ୍ୟପଟେ ମରଚିକୋଟ ଛକଠାରୁ ମେଡ଼ିକାଲ ଛକ ପର୍ଯ୍ୟନ୍ତ ଯେଉଁ ସମସ୍ତ ଉଠାଦୋକାନୀ ଥିଲା ସେମାନଙ୍କୁ ବିସ୍ଥାପିତ କରିବା ପର୍ଯ୍ୟନ୍ତ ସେହି ଜାଗାରେ ଦୋକାନ ଖୋଲିବାକୁ ଦିଆଯାଉ ବୋଲି ବିଧାୟକ କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.