କରାଚୀରେ ଭାରତୀୟ କଏଦୀଙ୍କ ମୃତ୍ୟୁ, ମେ’ ୧୨ରେ ୧୯୯ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବ ପାକିସ୍ତାନ

ପାକିସ୍ତାନୀ ପ୍ରଶାସନ ନିଜର ଜଳୀୟ କ୍ଷେତ୍ରରେ ବେଆଇନ ଭାବେ ମାଛ ଧରିବା ଅଭିଯୋଗରେ ଗିରଫ କରିଥିବା ୧୯୯ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବ।

ପାକିସ୍ତାନୀ ପ୍ରଶାସନ ନିଜର ଜଳୀୟ କ୍ଷେତ୍ରରେ ବେଆଇନ ଭାବେ ମାଛ ଧରିବା ଅଭିଯୋଗରେ ଗିରଫ କରିଥିବା ୧୯୯ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବ। ଜଣେ ଅଧିକାରୀ କହିଛନ୍ତି ଯେ ଏହି ସମୟରେ ଜଣେ ଭାରତୀୟ କଏଦୀଙ୍କର ମୃତ୍ୟୁ ଘଟିଛି, ଯିଏକି ୧୯୯ ମତ୍ସ୍ୟଜୀବୀଙ୍କ ସହ ପ୍ରତ୍ୟାବର୍ତ୍ତନ କରିବାର ଥିଲା।

ସିନ୍ଧରେ ଜେଲ ଏବଂ ସୁଧାର ବିଭାଗର ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କାଜି ନାଜିର କହିଛନ୍ତି, ସମ୍ପୃକ୍ତ ସରକାରୀ ମନ୍ତ୍ରଣାଳୟ ପକ୍ଷରୁ ୧୯୯ ମତ୍ସ୍ୟଜୀବୀଙ୍କୁ ଶୁକ୍ରବାର ମୁକ୍ତ କରିବାକୁ ଏବଂ ସେମାନଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ପ୍ରସ୍ତୁତି କରିବାକୁ କୁହାଯାଇଛି। ଏହି ମତ୍ସ୍ୟଜୀବୀମାନଙ୍କୁ ଲାହୋର ପଠାଯିବ ଏବଂ ୱାଘା ସୀମାରେ ଭାରତୀୟ ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯିବ। ଏହି ମତ୍ସ୍ୟଜୀବୀମାନେ ବର୍ତ୍ତମାନ ଏଠାରେ ଲାନ୍ଧି ଜେଲରେ ଅଛନ୍ତି।

ପୋଲିସ ଅଧିକାରୀ କହିଛନ୍ତି କି, ଅସୁସ୍ଥତା କାରଣରୁ ଶନିବାର କରାଚୀର ଏକ ଡାକ୍ତରଖାନାରେ ଜଣେ ଭାରତୀୟ କଏଦୀ ଜୁଲଫିକାରଙ୍କ ମୃତ୍ୟୁ ଘଟିଛି। ଜୁଲଫିକାରଙ୍କୁ ମଧ୍ୟ ମତ୍ସ୍ୟଜୀବୀଙ୍କ ସହ ମୁକ୍ତ କରାଯିବାର ଥିଲା।

ସେ କହିଛନ୍ତି, ‘ଲାନ୍ଧି ଜେଲର ଅଧିକାରୀଙ୍କ କହିବା ଅନୁସାରେ, ଭାରତୀୟ କଏଦୀ ପ୍ରବଳ ଜ୍ୱର ସହିତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଗତ ସପ୍ତାହରେ ତାଙ୍କ ଦେହ ଅଧିକ ଖରାପ ହୋଇଯାଇଥିଲା। ଫୁସଫୁସ ସଂକ୍ରମଣ ହେତୁ ତାଙ୍କୁ ଡାକ୍ତରଖାନା ପଠାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅଧିକାରୀଙ୍କ ମୁତାବକ, ଗୁରୁତର ଅସୁସ୍ଥ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଜେଲ୍‌ରେ ଡାକ୍ତର କି ହସ୍ପିଟାଲରେ ଉପଯୁକ୍ତ ସୁବିଧା ଏବଂ ଉପକରଣ ନାହିଁ। ତେଣୁ ସେମାନେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଅନେକ ଥର ଏଥିରେ ବିଳମ୍ବ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.