ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପୁଣି ୧୫ ଦିନ ସମୟ ଗଡାଇଲେ ଶ୍ରଦ୍ଧାଞ୍ଜଳି

ଆସନ୍ତା ୨୦ ତାରିଖରେ ବ୍ୟକ୍ତିଗତ ହାଜିରା ହେବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଅନ୍ୟପଟେ ବ୍ୟକ୍ତିଗତ ହାଜର ବେଳେ କମେଣ୍ଟର ଶିକାର ହେଉଛନ୍ତି ଅର୍ଚନା ନାଗ । ବ୍ୟକ୍ତିଗତ ହାଜର ପରିବର୍ତ୍ତେ ଭିଡିଓ କନଫରେନସିଂରେ ହାଜର ପାଇଁ କୋର୍ଟରେ ଅପିଲ କଲେ ଅର୍ଚ୍ଚନାଙ୍କ ଓକିଲ ।

କେନ୍ୟୁଜ୍(ବ୍ୟୁରୋ):ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା । ପୁଣି ବାହାନା ଦେଖାଇଲେ ଶ୍ରଦ୍ଧାଞ୍ଜଳି । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପୁଣି ୧୫ ଦିନ ସମୟ ଗଡାଇଲେ ଶ୍ରଦ୍ଧାଞ୍ଜଳି । ଆସନ୍ତା ୨୦ ତାରିଖରେ ବ୍ୟକ୍ତିଗତ ହାଜିରା ହେବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଅନ୍ୟପଟେ ବ୍ୟକ୍ତିଗତ ହାଜର ବେଳେ କମେଣ୍ଟର ଶିକାର ହେଉଛନ୍ତି ଅର୍ଚନା ନାଗ । ବ୍ୟକ୍ତିଗତ ହାଜର ପରିବର୍ତ୍ତେ ଭିଡିଓ କନଫରେନସିଂରେ ହାଜର ପାଇଁ କୋର୍ଟରେ ଅପିଲ କଲେ ଅର୍ଚ୍ଚନାଙ୍କ ଓକିଲ ।

ଭିସିରେ ହାଜର ପାଇଁ କୋର୍ଟ ଅନୁମତି ଦେଇଥିବା ସୂଚନା । ପ୍ରତି ୧୫ ଦିନରେ ହାଜର ହେଉଛନ୍ତି ଅର୍ଚ୍ଚନା ନାଗ । କେବଳ ଚାର୍ଜଫ୍ରେମ ବେଳେ ବ୍ୟକ୍ତିଗତ ହାଜର ହେବେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ।  ସେପଟେ ଜେଲରେ ଜେରା ପାଇଁ କୋର୍ଟରେ ଆବେଦନ କଲା ଇଡି । ଏହାର ଶୁଣାଣି ଆସନ୍ତା ୨୦ ତାରିଖ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.