ମଣିପୁର ହିଂସା: ବିମାନ ବନ୍ଦରରେ ଷ୍ଟେସନ ଏବଂ ବସ୍‌ ଷ୍ଟାଣ୍ଡ ଭଳି ଭିଡ, ୨୫୦୦ ଟିକେଟର ଦାମ୍‌ ୨୫ ହଜାର

ମଣିପୁର ହିଂସା ଯୋଗୁଁ କେତେକ ଏୟାରଲାଇନ୍‌ ବଢାଇଛନ୍ତି ବିମାନଯାତ୍ରା ଶୁଳ୍କ । ବିମାନବନ୍ଦରରେ ରେଳ ଷ୍ଟେସନ ଏବଂ ବସ୍‌ ଷ୍ଟାଣ୍ଡ ଭଳି ଭିଡ ଦେଖିବାକୁ ମିଳିଛି । ଯାତ୍ରୀଙ୍କ ଚାହିଦା ବୃଦ୍ଧିପାଇବାରୁ ଟିକେଟ ଦାମ୍‌ ବଢାଇଦେଇଛନ୍ତି ଏୟାରଲାଇନ କମ୍ପାନୀ। ୨୫୦୦ ଟିକେଟର ଦାମ୍‌ ଏବେ ୨୫୦୦୦ ହୋଇଛି ।

ମଣିପୁରରେ ହିଂସା ଯୋଗୁଁ ଅଧିକ ସଂଖ୍ୟାରେ ନିଜ ନିଜ ଘରକୁ ଫେରୁଛନ୍ତି ଲୋକ । ଏଥିପାଇଁ ଇଣ୍ଡିଗୋ ଏବଂ ଏୟାରଏସିଆ ସମେତ କେତେଗୁଡ଼ିଏ ଏୟାରଲାଇନ୍‌ ସେମାନଙ୍କର ବିମାନଯାତ୍ରା ଶୁଳ୍କ ବଢାଇ ଦେଇଛନ୍ତି । ହଠାତ୍ ଯାତ୍ରୀମାନଙ୍କର ଚାହିଦା ବୃଦ୍ଧି ପାଇଥିବାରୁ ଟିକେଟର ଦାମ୍‌ ବଢିଥିବା କଥା ଏୟାରଲାଇନ୍‌ କହିଛନ୍ତି ।

ଇମ୍ଫାଲ୍ ଓ କୋଲକତା ମଧ୍ୟରେ ଯିବାଆସିବା କରିବା ପାଇଁ ବିମାନର ଭଡ଼ା ୨,୫୦୦ରୁ ୫୦୦୦ ଟଙ୍କା ପଡିଥାଏ । ଇମ୍ଫାଲ୍ରୁ ଗୌହାଟି ଯିବା ପାଇଁ ବି ଭଡ଼ା ସେତିକି ପଡ଼ିଥାଏ। ହିଂସା ବଢୁଥିବା ଯୋଗୁଁ କୋଲକତା ଲୋକେ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି । ତେଣୁ ଅଧିକ ଦାମରେ ବିମାନ ଟିକେଟ କରି ଫେରିବାକୁ ବାଧ୍ୟ ହେଉଛନ୍ତି ।

ସହର ଛାଡୁଥିବା ଲୋକଙ୍କ ସଂଖ୍ୟା ଏତେ ରହିଛି ଯେ, ବିମାନବନ୍ଦର ବସ୍‌ ଷ୍ଟାଣ୍ଡ କିମ୍ବା ରେଲେଓ୍ଵ ଷ୍ଟେସନ ଭଳି ନଜର ଆସିଛି । ଅନେକ ଲୋକ ନିଜ ବିମାନକୁ ଅପେକ୍ଷା କରି ତଳେ ବସିଥିବା, ଶୋଇଥିବା ନଜର ଆସିଛନ୍ତି ।

ଇମ୍ଫାଲ ଏବଂ କୋଲକତାକୁ ଆସୁଥିବା ସବୁ ବିମାନ ଫୁଲ ରହିଛି । ତେବେ ଆଗାମୀ କିଛି ଦିନ ପାଇଁ ବିମାନ ଯାତ୍ରା କମ୍‌ ହେବାର ସମ୍ଭାବନା ନାହିଁ ବୋଲି କିଛି ଟ୍ରାଭେଲ ଏଜେଣ୍ଟ କହିଛନ୍ତି । ଏପର୍ଯ୍ୟନ୍ତ କିଛି ସହରରେ ଇଣ୍ଟରନେଟ ବନ୍ଦ ରହିଛି । ଦୋକାନ ମଧ୍ୟ ବନ୍ଦ ରହିଛି । ରବିବାର କିଛି ସମୟ ପାଇଁ ବଜାର ଏବଂ ଦୋକାନ ଖୋଲିଥିଲା ।

ଏୟାରପୋର୍ଟ ଅଥରିଟି ମୁତାବକ, ୪ ମଇରୁ ୬ ମଇ ପର୍ଯ୍ୟନ୍ତ ଇମ୍ଫାଲ ବିମାନବନ୍ଦରରୁ ୧୦୮ଟି ବିମାନ ଉଡାଣ ଭରିଛି । ବଜାର ଭଳି ବିମାନବନ୍ଦରରେ ଜିନିଷ ବିକ୍ରି ପାଇଁ କାଉଣ୍ଟର ଖୋଲିଛି । କିଛି ଲୋକଙ୍କୁ ମାଗଣା ଖାଇବା ଏବଂ ପାଣି ମଧ୍ୟ ଦିଆଯାଉଛି ।
ସୂଚନାଯୋଗ୍ୟ, ମେ ୩ ତାରିଖରୁ ମଣିପୁରରେ ଆଦିମ ଅଧିବାସୀ ଘଟଣାଜନିତ ସଂଘର୍ଷ ବ୍ୟାପିବା ପରଠାରୁ ଇମ୍ଫାଲରୁ କୋଲକତାବିମାନ ଟିକେଟର୍ ମୂଲ୍ୟ ଦ୍ରୁତ ବେଗରେ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.