ଅତି ଭୀଷଣ ହେବ ବାତ୍ୟା, ୧୨ ତାରିଖରେ ହେବ ଗତିପଥ ପରିବର୍ତ୍ତନ

ସମ୍ଭାବ୍ୟ ବାତ୍ୟା ନେଇ IMD DG ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି। ୧୦ ତାରିଖରେ ଅବପାତ ବାତ୍ୟା ରୁପ ନେଇପାରେ । ୧୨ ତାରିଖରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବ । ଉତ୍ତର ଓ ଉତ୍ତରପୂର୍ବ ଆଡ଼କୁ ମୁହାଁଇବ ବାତ୍ୟା ।

କେନ୍ୟୁଜ୍(ବ୍ୟୁରୋ):  ଅତି ଭୀଷଣ ବାତ୍ୟା ହେବ । ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । କାଲି ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା । ସମ୍ଭାବ୍ୟ ବାତ୍ୟା ନେଇ IMD DG ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି। ୧୦ ତାରିଖରେ ଅବପାତ ବାତ୍ୟା ରୁପ ନେଇପାରେ । ୧୨ ତାରିଖରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବ । ଉତ୍ତର ଓ ଉତ୍ତରପୂର୍ବ ଆଡ଼କୁ ମୁହାଁଇବ ବାତ୍ୟା । ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଗତି ବଦଳାଇବ । ବାଂଲାଦେଶ ଓ ମିଆଁମାର ଆଡ଼କୁ ମୁହାଁଇବ ବାତ୍ୟା ।

ସମ୍ଭାବ୍ୟ ବାତ୍ୟାରେ ଓଡ଼ିଶା ପାଇଁ କୌଣସି ସତର୍କ ଚେତାବନୀ ନାହିଁ। ଓଡ଼ିଶା ଉପକୂଳରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ। ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପାଇଁ କୌଣସି ଚେତାବନୀ ନଥିବା କହିଛନ୍ତି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର। ବର୍ଷା ଓ ପବନ ନେଇ ମଧ୍ୟ କିଛି ୱାର୍ଣ୍ଣିଂ ନାହିଁ। ତେବେ ଏହା ପଶ୍ଚିମବଙ୍ଗ ଉପକୂଳର କେତେ ନିକଟବର୍ତ୍ତୀ ହେବ ତା ଉପରେ ନଜର ରଖାଯାଇଥିବା ସେ କହିଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.