ରେଳଯାତ୍ରୀଙ୍କ ପାଇଁ ବଡ ଖବର, ଏବେ ଷ୍ଟେସନରେ ମାସ୍କ ନ ପିନ୍ଧିଲେ ଗଣିବେ ଭାରି ଜରିମାନା

ରେଳ ଷ୍ଟେସନରେ ମାସ୍କ ନପିନ୍ଧିବା ଆପଣଙ୍କୁ ଭାରି ପଡିପାରେ। କାରଣ କରୋନା ଭାଇରସ ବଢ଼ୁଥିବା ମାମଲାକୁ ଦେଖି ଭାରତୀୟ ରେଳ ବିଭାଗ କଠୋର ହୋଇଯାଇଛି। ଯଦି କୌଣସି ଯାତ୍ରୀ ଏହି ନିୟମକୁ ନ ମାନିବେ ତାହେଲେ ତାଙ୍କ ଉପରେ ସିଧା ୫୦୦ ଟଙ୍କା ଜରିମାନା ଲଗାଯିବ। ଏହି ଜରିମାନା ଟଙ୍କା ରାଜ୍ୟ ସରକାରଙ୍କ ଫଣ୍ଡକୁ ଯାଉଛି ଏବଂ ଚାଲାଣ କାଟିବା କାମ ଜିଆରପି କରୁଛି। ଜିଆରପି ଅର୍ଥାତ ଗଭର୍ଣ୍ଣମେଣ୍ଟ ରେଲେଓ୍ଵ ପୋଲିସ ରାଜ୍ୟ ପୋଲିସ ହୋଇଥାନ୍ତି। କିନ୍ତୁ ଏମାନେ ରେଲେଓ୍ଵ ଷ୍ଟେସନରେ ନିୟୋଜିତ ହୋଇଥାନ୍ତି।

ଦେଶରେ ୨୩୦ ଟ୍ରେନ ଚଲାଉଛି ରେଳ ବିଭାଗ

ରେଳ ବିଭାଗ ବର୍ତ୍ତମାନ ଦେଶରେ ୨୩୦ ଟ୍ରେନ ଚଲାଉଛି ଏବଂ ୧୨ ସେପ୍ଟେମ୍ବର ଠାରୁ ଆହୁରି ୮୦ ସ୍ୱତନ୍ତ୍ର ଟ୍ରେନ ଆରମ୍ଭ କରିବାକୁ ଯାଉଛି। ଏମିତିରେ ଯାତ୍ରୀଙ୍କ ସହି ରେଳକର୍ମୀଙ୍କୁ ମଧ୍ୟ ବାରମ୍ବାର କୋଭିଡ-୧୯କୁ ନେଇ ସାବଧାନ ଏବଂ ସତର୍କ ରହିବାକୁ ପଡିବ। କିନ୍ତୁ କରୋନା ବିସ୍ଫୋଠ ପରେ ମଧ୍ୟ ବଡ ସଂଖ୍ୟାରେ ଅବହେଳା ଦେଖିବାକୁ ମିଳୁଛି। ଖାସ୍‌ କରି ଏହି କାରଣରୁ ଏପରି କଡା ନିୟମ କରିଛି ରେଳ ବିଭାଗ।

ଲୋକମାନେ ମାସ୍କ ନ ଲଗାଇବା ପଛରେ ବହୁତ କାରଣ ରହିଛି କିନ୍ତୁ ଏମିତି ଦାୟିତ୍ୱହୀନତା କରିବା ବେଳେ କାହାକୁ ବି ଛଡା ଯିବନାହିଁ। ଏଥିପାଇଁ ଯଦି ଆପଣ ମଧ୍ୟ ରେଳ ଯାତ୍ରା ପାଇଁ ଯୋଜନା କରୁଛନ୍ତି ତାହେଲେ ଏହି କଥାକୁ ଧ୍ୟାନରେ ରଖି କରୋନା ନିୟମକୁ ପାଳନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.